ପ୍ରାୟତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ଶୁଆ ଅନ୍ୟ ଏକ ଶୁଆକୁ ସ୍ନେହପୂର୍ଣ୍ଣ ଗେଲ କରୁଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ। ଏବଂ ଏହି ଗେଲର ସୁମଧୁର କଣ୍ଠଶ୍ୱର ଶୁଣିଲେ ଭଲ ଲାଗିବ। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ପ୍ରେମ ଅଛି ଏବଂ ଏହାକୁ ଗ୍ରହଣ କରାଯାଇଛି ..
କିନ୍ତୁ ତଥାପି କାହିଁକ ହୃଦୟ ପ୍ରେମକୁ ଭୟ କରେ’ ।ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Pyaar huaa iqaraar huaa hai…..
Pyaar se phir kyo darataa hai dil💕
(There is love and it has been accepted..
But still why is the heart afraid of love…) pic.twitter.com/PpUvggg8bw— Susanta Nanda (@susantananda3) August 11, 2020