ଅଭିନେତାଙ୍କ ବିବାହକୁ ନେଇ ଖୁଲାସା କଲେ ସାଙ୍ଗ

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ଓ ସବା ଆଜାଦଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛିି। କିଛି ଦିନ ତଳେ ସବା ହ୍ରିତିକ୍‌ଙ୍କ ପରିବାର ସହିତ ମଧ୍ୟ ସମୟ ବିତାଇଥିବା ନଜର ଆସିଥିଲେ । ଏହା ପରେ ଦୁହିଁଙ୍କ ବାହାଘର ଖବର ଏବେ ଭାଇରାଲ ହେବାରେ ଲାଗିଛି । ତେବେ ହ୍ରିତିକ୍‌ ଓ ସବା ନିଜର ରିଲେସନସିପ ଓ ବିବାହକୁ ନେଇ ମୁହଁ ଖୋଲି ନାହାନ୍ତି ,କିନ୍ତୁ ସେମାନଙ୍କର ଜଣେ ସାଙ୍ଗ ଏହି ଘଟଣାକୁ ନେଇ ଖୁଲାସା କରିଛନ୍ତି ।
ଅଭିନେତା ତଥା ହ୍ରିତିକ୍‌ଙ୍କ ସାଙ୍ଗ କହିଛନ୍ତି ଯେ, ‘ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି । ହ୍ରିତିକଙ୍କ ପରିବାର ମଧ୍ୟ ସବାଙ୍କୁ ବହୁତ ପସନ୍ଦ କରନ୍ତି । ଏହା ବ୍ୟତୀତ ହିତ୍ରିକ୍‌ ନିଜ ସାଙ୍ଗ ମାନଙ୍କୁ କହିଛନ୍ତି ଯେ, ସେ ଦୁହେଁ ଏବେ ଏକାଠି ଅଛନ୍ତି । କିନ୍ତୁ ଏତେ ଜଲଦି କୌଣସି ପ୍ରକାରର ନିଷ୍ପତ୍ତି ନେବାକୁ ଚାହୁଁ ନଥିବା କହିଛନ୍ତି ହ୍ରିତିକ୍‌

Share