ଦିବ୍ୟାଙ୍ଗ ଯୁବକଙ୍କୁ କାନ୍ଧେଇ ‘ପଠାନ୍‌’ ଦେଖାଇଲେ ବନ୍ଧୁ

କୋଲକାତା: ଶାହରୁଖଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ୍‌’ର ଲୋକପ୍ରିୟତା ଏବେ ଚାରିଆଡ଼େ ବଢ଼ିବାରେ ଲାଗିଛି। ଶାହରୁଖ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ତାଙ୍କ ଫ୍ୟାନ୍ସମାନଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିବାବେଳେ ପଠାନ୍‌ର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିଛି। ତେବେ ଏସବୁ ଭିତରେ ଶାହରୁଖଙ୍କ ଦୁଇଜଣ ଫ୍ୟାନ୍‌ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଦୁଇ ଯୁବକ ବିହାରର। ହଲ୍‌ରେ ପଠାନ୍‌ ଦେଖିବାକୁ ହେଲେ ସେମାନେ ବିହାରରୁ ପଶ୍ଚିମବଙ୍ଗ ଆସିଛନ୍ତି। ତେବେ ସେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଦିବ୍ୟାଙ୍ଗ। ଦୁଇବନ୍ଧୁ ଶାହରୁଖଙ୍କୁ ଖୁବ୍‌ ପସନ୍ଦ କରୁଥିବାବେଳେ ଦିବ୍ୟାଙ୍ଗ ଯୁବକଙ୍କୁ ତାଙ୍କ ବନ୍ଧୁ କାନ୍ଧେଇ ବିହାରରୁ ପଶ୍ଚିମବଙ୍ଗ ଆସିଛନ୍ତି। ତେବେ ଏହି ଦୁଇ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।
ଫିଲ୍ମ ପଠାନ୍‌ ଗତ ୨୫ ତାରିଖରେ ପ୍ରେକ୍ଷାଳୟକୁ ଓହ୍ଲାଇଛି। ଫିଲ୍ମର ସଙ୍ଗୀତ ବେସରମ ରଙ୍ଗକୁ ନେଇ ବହୁ ବିବାଦ ଦେଖାଦେଇଥିଲେ ମଧ୍ୟ ଏହା ସଫଳତାର ସହ ହଲ୍‌କୁ ଆସିଛି। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲପାଇବା ମିଳିଛି। ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ମାତ୍ର ୩ ଦିନରେ ୩୦୦ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ କରିସାରିଲାଣି।

Share