ଫଳ ଚୋପାରୁ ସୌନ୍ଦର୍ଯ୍ୟ

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଉପାୟରେ କିଭଳି ବିଭିନ୍ନ ପ୍ରକାରର ଫଳ ଚୋପାରୁ ବି ସୌନ୍ଦଯର୍ୟ ବୃଦ୍ଧି କରିହେବ ଜାଣି ରଖନ୍ତୁ

ଡାଳିମ୍ବ ଚୋପା-
କେଶକୁ ମୁଲାୟମ ତଥା ଉଜ୍ଜ୍ୱଳ କରିବା ପାଇଁ ଡାଳିମ୍ବ ଚୋପା ଲଗାନ୍ତୁ ଡାଳିମ୍ବ ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ସେଥିରେ ଦହି ମିଶାଇ ଲଗାନ୍ତୁ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ
କଦଳୀ ଚୋପା-
ମୁହଁରେ ପାଚିଲା କଦଳୀ ଚୋପାକୁ ଘଷିବା ଫଳରେ ତ୍ୱଚାରେ ଥିବା ବ୍ରଣଦାଗ ଦୂର ହେବା ସହିତ ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ଏଥିରେ ଅାଣ୍ଟି ଅକ୍ସିଡାଣ୍ଟ ଥିବାରୁ ସୂଯର୍ୟକିରଣ ପ୍ରଭାବରେ କଳା ପଡ଼ି ଯାଇଥିବା ତ୍ୱଚାକୁ ମଧ୍ୟ ସୁନ୍ଦର କରିଥାଏ
ଅମୃତଭଣ୍ଡା ଚୋପା-
ଅମୃତଭଣ୍ଡା ଚୋପାରେ ଅାଲ୍ଫା ହାଇଡ୍ରୋକ୍ସି ଏସିଡ୍ ରହିଛି ତେଣୁ ଏହାକୁ ମୁହଁରେ ଲଗାଇବା ଫଳରେ ତ୍ୱଚା କୋମଳ ରହିଥାଏ ଅମୃତଭଣ୍ଡା ଚୋପାକୁ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ ଲେମ୍ବୁ ରସ ମିଶାନ୍ତୁ ଏହି ପେଷ୍ଟକୁ ମୁହଁରେ ଲଗାଇ ୧୦ ମିନିଟ୍ ପଯର୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ
କମଳା ଚୋପା-
କମଳା ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ସେଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ ମୁହଁରେ ଥିବା ସମସ୍ତ ପ୍ରକାରର ଦାଗ ଦୂର ହୋଇଯିବ କେଶର ଶୁଷ୍କତା ଦୂର ପାଇଁ ବି ଏହାକୁ ଲଗାଇ ପାରିବେ କେଶରେ ଏହି ଚୋପା ଗୁଣ୍ଡକୁ ପାଣିରେ ମିଶାଇ ଲଗାଇ ଶୁଖିବା ପଯର୍ୟନ୍ତ ଛାଡି ଦିଅନ୍ତୁ ଏହାପରେ ଧୋଇ ଦିଅନ୍ତୁ କେଶ ମୁଲାୟମ ଓ ଉଜ୍ଜ୍ୱଳ ଦେଖାଯିବ