ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ

ଉଦଳା,୧ା୧୦(ସନ୍ତୋଷ କୁମାର ବାଚ୍ଛିନୀ): କାନ୍ଥରେ ଲେଖା ହୋଇଛି ବିଦ୍ୟାଳୟ ନାଁ । କାନ୍ଥ ସାଜିଛି କଳାପଟା ଆଉ ଚାଲିଛି ପାଠପଢ଼ା। ହେଲେ ଏହା ବିଦ୍ୟାଳୟ ନୁହେଁ, ଏକ ଛେଳି ଗୁହାଳର କାନ୍ଥ। ଯେଉଁଠି ଲେଖାହେଉଛି ଅ, ଆ। ଗଢ଼ାହେଉଛି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା କପ୍ତିପଦା ଶିକ୍ଷା ବ୍ଲକ ଅଧୀନ ଠାକରାସାହି ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ପିଲା ପଢ଼ନ୍ତି। ବିଦ୍ୟାଳୟର ନା ଅଛି ଶ୍ରେଣୀଗୃହ, ନା ନିଜସ୍ବ ଘର। ଯେଉଁଠି ପିଲା ସେଇଠି ଛେଳି। ଛେଳି ବନ୍ଧା ଯାଉଥିବା ଟେବୁଲ ସାଜିଛି ବିଦ୍ୟାଳୟ ଟେବୁଲ, ଯାହାକୁ ଶିକ୍ଷକମାନେ ବ୍ୟବହାର କରୁଛନ୍ତି। ୧୪ ବର୍ଷ ପୂର୍ବେ ଗ୍ରାମରେ ବିଦ୍ୟାଳୟ ନିମନ୍ତେ ଏକ ଘର ନିର୍ମାଣ ହୋଇଥିଲା। ହେଲେ ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅବହେଳାରୁ ଏବେ ବି ଉକ୍ତ ଘର ଅଧାପନ୍ତରିଆ ହୋଇ ରହିଛି। ଯେଉଁଥିପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପିଣ୍ଡାରେ ଚାଲିଛି ବିଦ୍ୟାଳୟ। ଦିନେ କି ଦୁଇଦିନ ନୁହଁ, ୧୪ ବର୍ଷ ହେବ ଏହି ପିଣ୍ଡାରେ ବସି ପିଲା ପାଠ ପଢ଼ୁଛନ୍ତି। କି ବର୍ଷା, କି ଖରା, କି ଶୀତ ସବୁବେଳେ ଏହି ପିଣ୍ଡାରେ ହିଁ ଚାଲିଛି ବିଦ୍ୟାଳୟ। ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଭଙ୍ଗା ପିଣ୍ଡାରେ ବିଦ୍ୟାଳୟ ଚାଲିଥିବା ବେଳେ ଛେଳି ଆସି ପିଲାମାନଙ୍କ ମଝିରେ ପଶିଯାଉଛନ୍ତି। ବେଳେବେଳେ ପିଲାଙ୍କ ବହିଖାତା ଖାଇ ନଷ୍ଟ ମଧ୍ୟ କରୁଛନ୍ତି। ଛେଳି ମଳମୂତ୍ରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ବାବଦରେ କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୀପକ ମିଶ୍ରଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ଅବଗତ ଥିବା ଏବଂ ଖୁବ୍‌ଶୀଘ୍ର ଅଧାପନ୍ତରିଆ ବିଦ୍ୟାଳୟ ଘର କାମ ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ୧୪ ବର୍ଷରୁ ଅଧିକ ହେବ ଏଭଳି ଅବସ୍ଥାରେ ଶିକ୍ଷାଦାନ ଚାଲୁଥିବା ବେଳେ ସବୁ ଜାଣି କ’ଣ ପାଇଁ ଅଧିକାରୀମାନେ ଚୁପ୍‌ ରହିଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ୍‌  

ଭଦ୍ରକ,୧।୧୦:ଭଦ୍ରକ ଧାମନଗର ଯାଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ। ଭଦ୍ରକ ଧାମନଗରରେ ପହଞ୍ଚି ପୋଲିସ ଡିଜି ୱାଇ.ବି ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ...

କଟକ ଉପକଣ୍ଠରେ ବୁଲୁଛି ବାଘ: ଭାଇରାଲ ହେଉଛି…

ନିଶ୍ଚିନ୍ତକୋଇଲି,୧।୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲାନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି।...

୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ

ଲୋଇସିଂହା,୧।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ରେଳ ଷ୍ଟେଶନରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମଧ୍ୟ ପ୍ରଦେଶ ଅଞ୍ଚଳର ୨ ଜଣ ଯୁବକଙ୍କ ନିକଟରୁ ୧୮.୧୧୫ କେଜି...

ବଳକା ଅର୍ପଣ ଚାଉଳ ନିଲାମ ପରେ….

ପୁରୀ,୧।୧୦(ଅଜିତ କୁମାର ମହାନ୍ତି): ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ...

ଆଜି ଯାଏ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): ସରକାରଙ୍କ ମାଳମାଳ ଯୋଜନା ସେଥିମଧ୍ୟରୁ କିଛି ପ୍ରକୃତ ହିତାଧିକାରୀ ବାଦ୍‌ ପଡ଼ିଯାଉଛନ୍ତି। ସରକାରୀ ଯୋଜନା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲା...

ବର୍ଷା ଦିନରେ ପାଣି ପାଇଁ କସରତ: ୩ ଶହ ଲୋକଙ୍କ ପାଇଁ ଗୋଟିଏ ନଳକୂପ ଭରସା

ଦାରିଙ୍ଗବାଡି,୧।୧୦ (ଅରୁଣ ସାହୁ):ନା ଅଛି ସବୁଦିନିଆ ରାସ୍ତା ନା ଅଛି ପିଇବା ପାଇଁ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନା ଗରିବଶ୍ରେଣୀର ଲୋକଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ...

ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା: ଭଦ୍ରକରେ ଖୁରାନିଆ

ଭଦ୍ରକ,୧।୧୦: ଭଦ୍ରକ ସ୍ଥିତି ଧିରେଧିରେ ସୁଧୁରିବାର ଲାଗିଛି। ପୂର୍ବରୁ ଗିରଫ ସଂଖ୍ୟା ୧୫ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୭ରେ ପହଞ୍ଚିଛି। ପୁରୁଣାବଜାର ଥାନାରୁ ୧୦...

ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ

ଅମରପାଲି,୧ା୧୦: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ମେଗା ଲିପ୍ଟ ପଏଣ୍ଟରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri