ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ

ଓ୍ବାଶିଂଟନ୍‌,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି। କିନ୍ତୁ ଏହି ଘୋଷରଣାନାମାରେ ଋଷିଆ ଓ ଚାଇନା ଏକମତ ହେବା କଷ୍ଟସାଧ୍ୟ ବୋଲି ଆଶଙ୍କା କରାଯାଉଛି। ସେମାନେ ଏଥିରେ ଦସ୍ତଖତ କରିବାର ଆଶା କମ୍‌ ରହିଛି।
ଜାତୀୟ ସୁରକ୍ଷା ପରିଷଦ (ଏନଏସସି) ସଂଯୋଜକ ଜନ କିର୍ବି କହିଛନ୍ତି, ମିଳିତ ଘୋଷଣାନାମା ବିନା ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇପାରେ। କାରଣ ଋଷିଆ ଅନ୍ୟ କୌଣିସି ପ୍ରସଙ୍ଗକୁ ଛାଡିଦେଲେ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦ ଜାରି ରଖିବ। ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ନୂଆଦିଲ୍ଲୀ ଯିବା ପୂର୍ବରୁ ର୍କିବିଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।

Share