Categories: ଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ବାଦ ପଡ଼ିଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ଜଣ ଷ୍ଟାର ପ୍ରଚାରକ ନାଁ ଘୋଷଣା କରିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌, ନବଜୋତ ସିଂହ ସିଦ୍ଧୁଙ୍କ ଭଳି ୩୦ ଜଣ ରହିଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସ ବାମପନ୍ଥୀ ଦଳ ଏବଂ ଆଞ୍ଚଳିକ ଦଳ ସହ ମିଶି ନିର୍ବାଚନ ଲଢ଼ିବ। ପଶ୍ଚିମବଙ୍ଗରେ ଭାଜପା-ଟିଏମ୍‌ସି ଷ୍ଟାର ପ୍ରଚାରରେ ହେଭିୱେଟଙ୍କୁ ସାମିଲ କରିଥିବା ବେଳେ କଂଗ୍ରେସ ଦଳର ପୁରୁଖା ନେତାଙ୍କୁ ସ୍ଥାନ ଦେଇଛି। ହେଲେ ବିଦ୍ରୋହ ସୃଷ୍ଟି କରିଥିବା ଜି-୨୩ କଂଗ୍ରେସ ନେତାଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ଗତ ସପ୍ତାହରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବିଧାନସଭା ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଦଳ ଯେଉଁଠି କହିବ ସେଇଠି ପ୍ରଚାର କରିବେ ବୋଲି ସୂଚନା ଦେଇଥିଲେ।

Share