ରାୟପୁର,୨୪।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ହେବ। ଏହି ଅଧିବେଶନ ପୂର୍ବରୁ ପରିଚାଳନା କମିଟିର ଏକ ବୈଠକ ମଧ୍ୟ ହେବ। ଏହି ବୈଠକରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଏମ୍ପି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବୈଠକରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।
ସୂଚନାନୁସାରେ, ନୂତନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସ୍ବାଧୀନତା ଦେବା ସହ ତାଙ୍କ ନିଷ୍ପତ୍ତିଗୁଡିକ କୌଣସି ପ୍ରକାରେ ପ୍ରଭାବିତ ନ କରିବା ଲାଗି ଗାନ୍ଧୀମାନେ ଚାହୁଁଛନ୍ତି। କିନ୍ତୁ ସେମାନେ ଏହି ଅଧିବେଶନର ବାକି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୨୦୨୪ ଜାତୀୟ ନିର୍ବାଚନକୁ ନେଇ ଆଲୋଚନା କରିବେ। କଂଗ୍ରେସ ଏହାର ତିନି ଦିନିଆ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।