ଖଇରା, ୧ା୫(ଡି.ଏନ.ଏ.)-କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ବଣିକ ସଂଘ ଡାକରାରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାର ବଣିକ ସଂଘ ତରଫରୁ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ଅବସରରେ ଏକ ବୈଠକ ଶନିବାର ବଣିକ ସଂଘ ସଭାପତି ଇଂ. ରାଜେଶ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ଅଭିମନ୍ୟୁ ରାଉଳଙ୍କ ସମେତ ସମସ୍ତ ବ୍ୟବସାୟୀ ଯୋଗଦେଇ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ସାପ୍ତାହିକ ହାଟ ଚଲାଇବା ପ୍ରସ୍ତାବରେ ରାଜି ହୋଇଥିଲେ। ଏ ସଂକ୍ରାନ୍ତରେ ଖଇରା ତହସିଲଦାର, ବିଡିଓ ଏବଂ ଥାନା ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା।