ଗଞ୍ଜାମ,୨୭।୯(ଡିଏନ୍.ଏ.): ଗଞ୍ଜାମରେ ଭାରତ ବନ୍ଦପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳୁ ଗଞ୍ଜାମ ବ୍ଲକ ସିପିଏମ୍ ପକ୍ଷରୁ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।ଫଳରେ ଉଭୟ ପାର୍ଶରେ ଶହ ଶହ ଗାଡିମୋଟର ଅଟକି ରହିଥିଲା । ପରେ ସରପଞ୍ଚ ଛୋଟରାୟଙ୍କ ସମେତ ହରେକୃଷ୍ଣ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ କୈଳାଶ ପଲାଇ ପ୍ରମୁଖ ତ୍ରିବେଣୀ ମଠ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଦୋକାନ ବଜାର ବନ୍ଦ କରିଥିଲେ। ଶାନ୍ତିପୂଣ୍ଣର୍ର୍ ଭାବେ ଏହି ବନ୍ଦ ପାଳନ ହୋଇଥିଲା।