ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶିକୁଳା ଗ୍ରାମକୁ କଣ୍ଟେଟମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏଥିସହ ପଡୋଶି ଗ୍ରାମ ଅରଖପୁର ପଞ୍ଚାୟତର ପାଟଣା ପଲ୍ଲୀ, ବାବରାପୁର, ଅରଖପୁର ଓ ବଡ ବରଗାଁ ପଞ୍ଚାୟତ କରନ୍ଦା ପଲ୍ଲୀ, ରାଣୀଗାଁ ଆଦି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଶିକୁଳା ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ବ୍ୟାରିକେଟ କରି ସମ୍ପୂର୍ଣ୍ଣ ରୁପେ ସିଲ କରିଦିଆଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ