ସ୍ମାର୍ଟ କ୍ଲାସ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଗ୍ରସ୍ତରେ ଆସି ସ୍କୁଲରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ। ଏଥିରେ ବିଡିଓ ବିଶ୍ୱଜିତ୍‌ ରାୟ, ପୁରାତନ ଛାତ୍ର ରବୀନ୍ଦ୍ର କୁମାର ପଣ୍ଡା, ହାଇସ୍କୁଲ କିରାଣି ହରିହର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମାର୍ଟ କ୍ଲାସ ରୁମ, ଇ -ଗ୍ରନ୍ଥା ଗାର, ବିଜ୍ଞାନଗାର, ଶୌଚାଳୟ, ଖେଳ ପଡ଼ିଆ ଆଦି ବୁଲି ଦେଖିଥିଲେ। ଦେଢ଼ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ପରେ ଜିଲାପାଳ ଗଞ୍ଜାମ ବାଳିକା ବିଦ୍ୟାଳୟ, ହୁମା ବୀରଭଦ୍ର ସ୍କୁଲ ସମେତ ୧୧ଟି ସ୍କୁଲ ପରିଦର୍ଶନ କରିଥିଲେ।

Share