କୋଭିଡ୍‌ ହସ୍ପିଟାଲ ରୋଗୀଙ୍କ ସହ କଥା ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍‌ରେ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ରବିବାର କଥା ହୋଇଛନ୍ତି। ସେଠାରେ ଚାଲିଥିବା ଡାକ୍ତରୀ ଚିକିତ୍ସା, ଖାଦ୍ୟ ଓ ପରିମଳ ଉପରେ ରୋଗୀମାନଙ୍କୁ ପଚାରି ବୁଝିଛନ୍ତି। ବ୍ରହ୍ମପୁର ତହସିଲଦାର ପିପିଇ କିଟ୍‌ ପିନ୍ଧି ଉକ୍ତ ହସ୍ପିଟାଲ ଭିତରକୁ ଯାଇଥିଲେ। ଜିଲାପାଳ ଓ କୋଭିଡ୍‌ ହସ୍ପିଟାଲରେ ଥିବା ରୋଗୀଙ୍କ ମଧ୍ୟରେ କଥା ହେବା ପାଇଁ ସେ ଭିଡିଓ କଲ୍‌ର ବ୍ୟବସ୍ଥା କରାଇଥିଲେ। ତେବେ ତହସିଲଦାରଙ୍କ ଏହି ପରିଦର୍ଶନ ଅଚାନକ ଥିଲା ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Share