ଗଞ୍ଜାମ,୧୫।(ଡି.ଏନ.ଏ): ଗଞ୍ଜାମ ସହରଠାରୁ କିଛି ଦୂରରେ ଥିବା ଐତିହାସିକ ପୋତାଗଡ଼ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଚାଲିଛି।ଏହାକୁ ତଦାରଖ କରୁଛନ୍ତି ଖୋଦ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ପୋତାଗଡ଼ ଗ୍ରସ୍ତରେ ଆସିଥିବା ଜିଲାପାଳ ଋଷିକୁଲ୍ୟା ବାଲୁକା ଶର୍ଯ୍ୟାରେ ବିରଳ ମଙ୍ଗୋଲିଆ ପକ୍ଷୀ ଦେଖି ବିଭୋର ହୋଇ ପଡିବା ସହ ସଙ୍ଗେ ସଙ୍ଗେ ଫଟୋ ଉଠାଇ ଥିଲେ। ଗତ ତାମ୍ପରା ଗ୍ରସ୍ତ ସମୟରେ ମଧ୍ୟ ଜିଲାପାଳ ଫୋଟସୁଟ କରିଥିଲେ। ଜିଲାପାଳଙ୍କ ଏଭଳି ଫଟୋ ଉତ୍ତୋଳନକୁ ନେଇ ଚର୍ଚ୍ଚା ଜୋର ଧରିିଛି।