ଚିତ୍ରଡ଼ା,୭।୭(ଡ଼ି.ଏନ୍.ଏ): ମୟୂଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ମୋରଡା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି।
ସୂଚନାଯୋଗ୍ୟ, ସୁରେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀ ଗ୍ୟାସରେ ଅଣ୍ଡା ଭାଜୁ ଥିବାବେଳେ ଗ୍ୟାସ ରେଗୁଲେଟରରୁ ହଠାତ୍ ନିଆଁ ଲାଗିଥିଲା। ଭୟରେ ସେ ବାହାରକୁ ଦୌଡ଼ି ପଳାଇବା ପରେ ସମ୍ପୂର୍ଣ୍ଣ ଘରେ ନିଆଁ ଲାଗିଯାଇଥିଲା। ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଚିତ୍ରଡା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ ଚନ୍ଦ୍ର ପାଲ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପାଖରେ ଥିବା ଚାଳ ଘରେ ନିଆଁ ଲାଗି ନ ଥିଲା। ଏ ନେଇ ଓଡ଼ଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ତାଙ୍କ ପରିବାରଙ୍କୁ ପଲିଥିନ, ଖାଦ୍ୟ ସାମଗ୍ରୀ ଏବଂ ବସ୍ତ୍ର ପ୍ରଦାନ କରଛନ୍ତି।