ଗ୍ୟାସ ଟାଙ୍କି ଫାଟି ଜଳିଗଲା ୩ ପରିବାରର ୬ ବଖରା

ଭଦ୍ରକ ଅଫିସ,୧୯ା୩: ଜିଲା ମୁଖ୍ୟ ଡାକ୍ତରଖାନା ଛକ ନିକଟରେ ଥିବା ୩ ପରିବାରରେ ନିଆଁ ଲାଗି ୬ ବଖରା ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ପାଖରେ ଥିବା ଦୋକାନରେ ପଡ଼ି ଲାଗିଯାଇଥିଲା।

ଘର ଭିତରେ ୩ ଗ୍ୟାସ ଟାଙ୍କିରୁ ଦୁଇଟି ଫାଟି ଯାଇଛି । ଟାଙ୍କି ଫାଟିବା ଯୋଗୁ ନିଆଁ ଛିଟିକି ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଦୋକାନ ଘରେ ପଡ଼ି ଅନ୍ୟ ଦୋକାନକୁ ବ୍ୟାପିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମେଡିକାଲ ଛକ ନିକଟରେ ସୁରକ୍ଷା ପାଇଁ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।