ଗ୍ୟାସ ଟାଙ୍କି ଫାଟି ମନ୍ଦିରରେ ନିଆଁ

କୋରାପୁଟ,୨୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ରଘୁନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ। କରାଯାଉଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ନିଆଁ ବ୍ୟାପିଥିଲା। ଫଳରେ ଗୁରତ୍ୱପୂର୍ଣ୍ଣ କାଗଜ ଓ ଅଳଙ୍କାର ପୋଡି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମନ୍ଦିର ଭିତରେ ପଶି ଅନେକ ଗ୍ୟାସ ସିଲିଣ୍ଡର ଉଦ୍ଧାର କରିବ ସହ ନିଆଁକୁ ଆୟତ୍ତ କରାଯାଇଥିଲା।
ରୋଷେଇ କରିବା ପାଇଁ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

Share