ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଗୁରବାର ରାତି ପ୍ରାୟ ୮ଟାରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ସେଥିରେ ନିଆଁ ଲାଗିଯାଇଥିଲା । ଟାଙ୍କିଟି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଯୁବ ଖବରଦାତା ଅଞ୍ଜନ ରଣା, ସଦାନନ୍ଦ ପାଣିଗ୍ରାହୀ, ବସନ୍ତ ମିଶ୍ର, ଧୀରେନ୍ ଚକ୍ର ପ୍ରମୁଖ ରୋଷେଇ ଘର ଭିତରୁ ଗ୍ୟାସ ଟାଙ୍କିକୁ ବାହାରକୁ ଆଣି ପାଣି ଦ୍ୱାରା ନିଆଁକୁ ଲିଭାଇଥିଲେ। ଯୁବକଙ୍କ ସାହସିକତା ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତିଯାଇଛି।