ବହିଷ୍କୃତ ହେଲେ ଯୁବ ବିଜେଡି ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ କରିଛନ୍ତି। ସୋମବାର ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ନିକଟରେ କରାଯାଇଥିବା ଯୁବ ବିଜେଡି କର୍ମକର୍ତ୍ତା ଚୟନରେ ଅସନ୍ତୋଷ ବ୍ୟକ୍ତ କରି ଓଝା ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି। ଓଝା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀର୍ଘ ୧୬ ବର୍ଷ କାଳ ଦଳ ପାଇଁ କାମ କରି ଆସିଛି। ଦୁର୍ନୀତିରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଉଛି। ଏହାକୁ ଦଳର ନେତୃତ୍ୱଙ୍କ ଦୃଷ୍ଟିକୁ ନେଇଥିଲି। ତେବେ ମୋ କଥାକୁ ଗ୍ରହଣ କରାଗଲା ନାହିଁ । ବିଜେଡି ଭୁବନେଶ୍ୱର ସଭାପତି ଭାବେ କଳ୍ପତରୁ ଓଝାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ସେହି ପଦବୀରୁ ହଟାଯାଇ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦିଆଯାଇଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

Share