ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ ବିରୋଧ ତୀବ୍ର ରୂପ ଧାରଣ କରିଛି। ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁ ତିରୁପତିଙ୍କ ପ୍ରସାଦରେ ଘୁଷୁରୀ ଚର୍ବି ଓ ଗୋମାଂସ ମିଶାଯାଉଥିବା ଜଣାପଡିଛି। ଏହି ଖବର ଜଣାପଡିବା ପରେ ଜାତୀୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି, କେବଳ ତିରୁପତି ପ୍ରାସଦରେ ନୁହେଁ ପଶୁ ଚର୍ବି ଥିବା ଏହିପରି ଖାଦ୍ୟ ଆପଣଙ୍କ ଖାଇବା ଥାଳି ଯାଏଁ ମଧ୍ୟ ପହଞ୍ଚିଥାଏ ଯାହା ସମ୍ପର୍କରେ ଆପଣଙ୍କ ଧାରଣା ବି ନଥାଏ।

ତିରୁପତି ମନ୍ଦିରରେ ଦିଆଯାଉଥିବା ପ୍ରାସଦରେ ବ୍ୟବହୃତ ହେଉଥିବା ଘିଅର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ମାଛତେଲ ରହିବା ସହିତ ପଶୁଚର୍ବି ଥିବା ନେଇ ଖୁଲାସା ହୋଇଛି। ଏଥିରେ ମାଛତେଲ, ଘୁଷୁରୀ ଚର୍ବି ଓ ଗୋ ମାଂସ ଥିବା ନେଇ ଜଣାପଡିଛି। ତେବେ ଏହିସବୁ ଜିନିଷ ପ୍ରସାଦରେ ବ୍ୟବହୃତ ହେଉଥିବା ଘିଅରେ ମିଶାଯାଇଛି। ଏଥିସହ ଏହି ପ୍ରସାଦ ଲଡୁରେ ସୋୟାବିନ୍‌, ସୂର୍ଯ୍ୟମୂଖି, ଅଳସୀ, ଗହମ, ମକ୍କା, କପା, ମାଛତେଲ, ନଡିଆ ଇତ୍ୟାଦି ମିଶାଯାଇଛି। ତେବେ ଘିଅରେ ବ୍ୟହୃତତ ହେଉଥିବା ଏହି ସାମଗ୍ରୀକୁ ‘ଫରେନ ଫ୍ୟାଟ’ କୁହାଯାଏ।

ଯେତେବେଳେ କୌଣସି ଦୁଗ୍ଧ ଜାତୀୟ ଦ୍ରବ୍ୟକୁ ପ୍ରସ୍ତୁତ କରିବା ପାଇଁ ଅଣ ଦୁଗ୍ଧ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଏ ଏହାକୁ ଫରେନ ଫ୍ୟାଟ କୁହାଯାଏ। ଫରେନ ଫ୍ୟାଟ ଭାବରେ ଘିଅରେ ଭେଜିଟେବୁଲ ଅଏଲ, ପଶୁଚର୍ବି, ହାଇଡ୍ରୋଜେନେଟେଡ ଅଏଲ ବ୍ୟବହାର କରାଯାଏ। ଏହି ଫରେନ ଫ୍ୟାଟ୍‌ ଜରିଆରେ ନକଲି ଘିଅ ପ୍ରସ୍ତୁତ କରାଯାଏ।

କହିରଖୁଛୁ କି, ଆପଣ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ଏହିଭଳି ନକଲି ଘିଅ ବ୍ୟବହାର କରିଥାଇ ପାରନ୍ତି। ଅନେକ କମ୍ପାନୀ ବୋତଲ କାଚରେ ଏବଂ ବିଜ୍ଞାପନରେ ଅସଲି କହି ନକଲି ଘିଅ ବିକ୍ରି କରିଥାନ୍ତି। ନକଲି ଘିଅ ପ୍ରସ୍ତୁତ କରିବା ପାଇଁ ମଇଁଷିର ସିଂଘ ଓ ପଶୁଚର୍ବି ବ୍ୟବହାର କରାଯାଏ। ଘିଅରେ ଚିକ୍କଣ ବଢାଇବା ପାଇଁ ପଶୁଚର୍ବିକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି। ଅନେକ କ୍ଷେତ୍ରରେ ପୂଜାଘିଅ କହି ବେପାରୀମାନେ ନକଲି ଘିଅ ବିକ୍ରି କରିଥାନ୍ତି। ଯଦି ଆପଣ ବଜାରରୁ ଡବାରେ ସିଲ୍‌ ହୋଇଥିବା ଘିଅ କିଣୁଛନ୍ତି ତେବେ ଏହାକୁ ସତର୍କତାର ସହ କିଣନ୍ତୁ। ଯଦି ସନ୍ଦେହ ହେଉଛି ତେବେ ଘରେ ମଧ୍ୟ ଏହାର ଯାଞ୍ଚ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri