Posted inଫୁରସତ

KTM ଚଢ଼ି ଶାଢ଼ି,ଗହଣାରେ ସଜେଇ ହୋଇ ମଣ୍ଡପ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ସମୟରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ଶୋଭାଯାତ୍ରାରେ କନ୍ୟାଙ୍କ ଘରକୁ ଯାଇଥାନ୍ତି। କନ୍ୟା ସେହି ସମୟରେ ଘରେ ରୁହନ୍ତି। କିନ୍ତୁ ଆଜିକାଲି ସମୟ ବଦଳିଛି। ଗୋଟିଏ ପଟେ ଲୋକମାନେ ଅଜବ ଉପାୟରେ ବିବାହ ପୂର୍ବରୁ ଫଟୋଶୁଟ୍‌ କରୁଥିବା ବେଳେ ଅନ୍ୟ ପଟେ ଜଣେ କନ୍ୟା ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି।

 

View this post on Instagram

 

A post shared by Kajal Dutta (@_rider_girl_kajal_)

ନାଲି ଶାଢ଼ି ଏବଂ ବହୁ ସୁନା ଅଳଙ୍କାର ପିନ୍ଧି କନ୍ୟା ଜଣକ ଏକ କେଟିଏମ୍‌ ବାଇକ୍‌ ଚଳାଉଛନ୍ତି। ସେ ଯେଉଁ ରାସ୍ତାରେ ଯାଉଛନ୍ତି ସେ ନିକଟସ୍ଥ ଲୋକମାନେ ତାଙ୍କୁ ବୁଲିବୁଲି ଚାହଁୁଛନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ଭିଡିଓ ତିଆରି କରିବାରେ ମଧ୍ୟ ବ୍ୟସ୍ତ। କନ୍ୟାଙ୍କ ନାମ କାଜଲ ଦତ୍ତ। ଯିଏକି ରାଇଡର୍‌ ଗର୍ଲ କାଜଲ ଭାବରେ ଜଣାଶୁଣା। କାଜଲ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ୍‌ କରିଛନ୍ତି।

ଏପରି ଅନେକ ଭିଡିଓ କାଜଲଙ୍କ ପ୍ରୋଫାଇଲରେ ଦେଖିବାକୁ ମିଳେ, ଯେଉଁଥିରେ ସେ ଏକ କନ୍ୟାଯାତ୍ରୀ ପୋଷାକରେ ବାଇକ୍‌ ଚଳାଉଛନ୍ତି। ଏହା ବ୍ୟତୀତ, ତାଙ୍କର ଅନେକ ଭିଡିଓ ଅଛି ଯେଉଁଥିରେ ସେ ଏକ କାଜୁଆଲ ଷ୍ଟାଇଲ୍‌ରେ ବି ବାଇକ ଚଳାଉଛନ୍ତି। କାଜଲ ନିଜକୁ ବଙ୍ଗୀୟ ସିଂହୀ ବୋଲି କହିଛନ୍ତି।

କାଜଲଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହାକୁ ଶେୟାର କରିଛନ୍ତି। କେବଳ ଏତିକି ନୁହେଁ, ଏହି ଭିଡିଓକୁ ୪ ଲକ୍ଷ ୪୦ ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ପ୍ରାୟ ୩ ହଜାର ମନ୍ତବ୍ୟ ଆସିଛି। କେହି କେହି କହୁଛନ୍ତି, ବଙ୍ଗାଳୀ ଝିଅମାନେ ଦୂରରୁ ଜଣାପଡ଼ନ୍ତି। ଆଉ କେତେକ ତାଙ୍କୁ ସଉକବାଲି କନ୍ୟା ବୋଲି କହିଛନ୍ତି। ଜଣେ ୟୁଜର କହିଛନ୍ତି, ଆଞ୍ଜେଲ। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ବିନା ହେଲମେଟରେ ବାଇକ୍‌ ଚଳାଇଲେ ଚାଲାଣ କଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri