ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭ କିଲୋ ଓଜନର ଚୁଟିର ପିଣ୍ଡୁଳା ବାହାର କରାଯାଇଛି। ଯୁବତୀଙ୍କ ପେଟରୁ ଅପରେସନ କରି ଏହି ଚୁଟିର ପିଣ୍ଡୁଳା ବାହାର କରିଥିବା ଡାକ୍ତର ଜିଏନ୍‌ ସାହୁ କହିଛନ୍ତି, ଏହାକୁ ସଫଳତାର ସହ ବାହାର କରିଦିଆଯାଇଛି। ଏହା ଏକ ଅତ୍ୟନ୍ତ ଜଟିଳ ଅପରେଶନ ଥିଲା। ଚୁଟିର ଏହି ପିଣ୍ଡୁଳା ପୁରା ପେଟକୁ କବ୍‌ଜା କରି ରଖିଥିଲା। ଚିକିତ୍ସା ଇତିହାସରେ ଏହା ଏକ ଅଜବ ଘଟଣା।


କୁମାରୀ ନାମକ ଏହି ଯୁବତୀଙ୍କ ଛୋଟବେଳେ ଛୁଟି ଖାଇବା ଅଭ୍ୟାସ ଥିଲା। ସେ ମୁଣ୍ଡ କୁଣ୍ଡାଇବା ପରେ ଝଡ଼ି ପଡ଼ୁଥିବା ଚୁଟିକୁ ଖାଇ ଦେଉଥିଲେ। ଗତ ୫ ବର୍ଷ ହେବ ସେ ଏହି ଖରାପ ଅଭ୍ୟାସ ଛାଡ଼ି ଦେଇଥିଲେ। କିନ୍ତୁ ପେଟରେ ଥିବା କେଶ ଏକାଠି ହୋଇ ଏକ ପିଣ୍ଡୁଳା ଆକାର ଧାରଣ କରିଥିଲା। ଏହାପରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ୩ ଦିନ ତଳେ ଯୁବତୀଜଣଙ୍କ ଡାକ୍ତର ସାହୁଙ୍କୁ ଭେଟିଥିଲେ। ଏହାପରେ ପେଟରେ ଟ୍ୟୁମର ଥିବା ସନ୍ଦେହରେ ଡାକ୍ତର ସାହୁ ଯୁବତୀଙ୍କ ଅଲ୍‌ଟ୍ରା ସାଉଣ୍ଡ କରିଥିଲେ। ଏହାପରେ ଯେତେବେଳେ ଯୁବତୀଙ୍କ ଅପରେଶନ କରାଯାଇଥିଲା ପେଟ ମଧ୍ୟରୁ ୭ କେଜି ଓଜନର ଏକ ବଡ଼ ଚୁଟିର ପିଣ୍ଡୁଳା ବାହାରିଥିଲା। ଏହି ଅପରେଶନ ୬ ଘଣ୍ଟା ଧରି ଚାଲିଥିଲା। ଚିକିତ୍ସା କ୍ଷେତ୍ରରେ ୪୦ ବର୍ଷ ଇତିହାସରେ ଏଭଳି ଘଟଣା ପ୍ରଥମଥର ଲାଗି ଦେଖିଥିବା ଡାକ୍ତର ସାହୁ କହିଛନ୍ତି।

Share