ମା’ଙ୍କ ସହ ଥିବା ଏହି କୁନି ଝିଅ ଏବେ ପରିଚିତ ନାଁ , ବିବାହ ପରେ ପାଳନ କରୁଛନ୍ତି ପ୍ରଥମ ଜନ୍ମଦିନ

ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ଏମିତି ଫଟୋ ଶେୟାର କରିଥାନ୍ତି ଯାହାକୁ ଚିହ୍ନିବା ପ୍ରଶଂସକଙ୍କ ପାଇଁ କଷ୍ଟକର ହୋଇଥାଏ। ଏବେ ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି। କଳା ଏବଂ ଧଳା ଫଟୋ ଏହି ଅଭିନେତ୍ରୀ ତାଙ୍କ ମା’ଙ୍କ ସହିତ ନଜର ଆସିଛନ୍ତି। ଏହି କୁନି ଝିଅଙ୍କୁ ଆପଣ ଚିହ୍ନିପାରିବେ କି? ଯଦି ନା ଆମେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରିଦେଉଛୁ। ଏହି କୁନି ଝିଅ ଜଣଙ୍କ ହେଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ ପରିଣୀତି ଚୋପ୍ରା। ୧୧ ବର୍ଷର କ୍ୟାରିୟର ଭିତରେ ଗୋଟିଏ ମାତ୍ର ବ୍ଲକବଷ୍ଟର ଫିଲ୍ମ ବଲିଉଡ୍‌କୁ ଭେଟି ଦେଇଛନ୍ତି। ନିକଟରେ ପରିଣୀତି ଏଏପି ନେତା ରାଘବ ଚଢ଼ାଙ୍କୁ ବିବାହ କରିଛନ୍ତି। ଆଜି ଅର୍ଥାତ୍‌ ଅକ୍ଟୋବର ୨୨ରେ ହେଉଛି ପରିଣୀତିଙ୍କ ଜନ୍ମଦିନ। ବିବାହ ପରେ ପ୍ରଥମଥର ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି।

Share