ପ୍ରେମିକ ସହ ଫେରାର ହୋଇଗଲେ ଝିଅ, ଜିଅଁନ୍ତା ଶୁଦ୍ଧି ହେଲେ ପରିବାର ଲୋକେ

ପାଟ୍‌ନା,୫ା୭: ବିହାରରେ ପୁଣିଥରେ ଜଣେ ଝିଅକୁ ତାଙ୍କ ପରିବାର ଲୋକେ ଜିଅଁନ୍ତା ଶୁଦ୍ଧି ହୋଇଛନ୍ତି। ଏଥିପାଇଁ ପ୍ରଥମେ ତାଙ୍କର କୋକେଇ ସଜାଯାଇଥିଲା। ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏପରି ଘଟଣା ବିହାରର ପୁର୍ନିଆଠାରେ ଦେଖିବାକୁ ମିଳିଛି। ଝିଅଙ୍କ ପିତା ଏବଂ ଭାଇ ସେମାନଙ୍କ ଛାତିକୁ ପଥର କରି ଏସବୁ ରୀତିନୀତି କରିଥିଲେ। ବିବାହର ଗୋଟିଏ ମାସ ପୂର୍ବରୁ ଝିଅ ଏରି କରିଥିବାରୁ ପିତାଙ୍କୁ ଅପମାନ ଲାଗିଥିଲା। ତେଣୁ ସେ ରାଗି କି ଝିଅକୁ ଜିଅନ୍ତା ଶୁଦ୍ଧି ହୋଇପଡ଼ିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ସଦସ୍ୟ ଝିଅର ଏକ କୁଶପୁତ୍ତଳିକା କରି କୋକେଇରେ ରଖିଥିଲେ। ଆଉ କହିଥିଲେ ଘର ଏବଂ ସମାଜ ପାଇଁ ସେମାନଙ୍କ ଝିଅ ଏବଂ ଭଉଣୀର ମୃତ୍ୟୁ ହୋଇଛି।

ଭାଇ ପ୍ରଶାନ୍ତ ଜୁଇରେ ନିଆଁ ଲଗାଇଥିଲେ। ପ୍ରିୟଙ୍କାଙ୍କ ପିତା କିଶୋର ସିଂ କହିଛନ୍ତି, ତାଙ୍କ ଝିଅର ବିବାହ ଏକ ଭଲ ପରିବାରରେ ସ୍ଥିର ହୋଇଥିଲା। କିନ୍ତୁ ଜୁନ୍‌ ୨୭ରେ ଝିଅ ସ୍ନାତକୋତ୍ତର ମାର୍କ ସିଟ୍‌ ଆଣିବା ବାହାନା କରି ପୁର୍ନିଆ କଲେଜକୁ ଯାଇଥିଲେ, ସେଠାରୁ ସେ ଚମ୍ପାନଗରର ନିରଜଙ୍କ ସହ ଫେରାର ହୋଇଯାଇଥିଲେ।

ସେ କହିଛନ୍ତି, ଯଦି ଯିବାର ଥିଲା ତେବେ ସେ ବିବାହ ପୂର୍ବରୁ କହିପାରିଥାନ୍ତେ। ବର୍ତ୍ତମାନ ଏହି ଲୋକମାନଙ୍କର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ। ସେଥିପାଇଁ ସେ ପୂରା ପରିବାର ସହିତ ପ୍ରିୟଙ୍କାଙ୍କ ଜିଅଁନ୍ତା ଶୁଦ୍ଧି କର୍ମ ସାରିଛନ୍ତି।

ପ୍ରିୟଙ୍କାଙ୍କ ମାମୁ କହିଛନ୍ତି, ତାଙ୍କ ମାତାପିତା ଝିଅ ଏବଂ ପୁଅକୁ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଆନ୍ତି। କିନ୍ତୁ ପ୍ରିୟଙ୍କା ଆଜି ଯେଉଁଭଳି ଭାବରେ ତାଙ୍କ ମାତାପିତା ଏବଂ ପରିବାରର ନାକ କାଟିଛନ୍ତି, ସେପରି ପିଲାଙ୍କ ସହ ପରିବାର ଲୋକେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଆଜି ତାଙ୍କ କୋକେଇ ସଜାଇବା ପରେ ତାଙ୍କୁ ହିନ୍ଦୁ ରୀତିନୀତିରେ ଶବଦାହ କରାଯାଇଥିଲା। ଏବେ ମଧ୍ୟ ଶ୍ରାଦ୍ଧ କର୍ମ କରାଯିବ।

Share