ଶାଶୁଘର ଯିବା ଲାଗି ୬ ଘଣ୍ଟା ବସି ରହିଲା କନ୍ୟା

ରାଜନଗର,୨୯ା୨(ଭାସ୍କର ରାଉତରାୟ) କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ହାତିନା ପଞ୍ଚାୟତ କଏଥା ଗାଁର ବରଯାତ୍ରୀଙ୍କ ଗଣ୍ଡଗୋଳ ଯୋଗୁ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏଥିପାଇଁ ବରକନ୍ୟାଙ୍କୁ ପ୍ରାୟ ୬ଘଣ୍ଟା ଅଟକି ରହିବାକୁ ପଡିଥିଲା ା ବରପକ୍ଷ ୬୬ହଜାର ଟଙ୍କା ଜୋରିମାନା ଦେବା ପରେ ବରକନ୍ୟା ଗାଁକୁ ଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, କଏଥା ଗାଁର ପ୍ରଫୁଲ୍ଲ ପଢିହାରୀଙ୍କ ଝିଅଙ୍କ ସହିତ ଏହି ଥାନା ଅଧୀନ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସଙ୍କ ବାହାଘର ଥିଲା। ବାହାଘର ପାଇଁ ମଙ୍ଗଳବାର ରାତିରେ ବରଙ୍କୁ ନେଇ ବରଯାତ୍ରୀମାନେ କଏଥା ଗାଁରେ ପହଞ୍ଚତ୍ ଥିଲେ। ବରଯାତ୍ରୀମାନେ ନିଶାସକ୍ତ ଅବସ୍ଥାରେ ଅଶ୍ଲୀଳ ଭାଷା ପ୍ରୟୋଗ କରି ଗାଁଦାଣ୍ଡରେ ନାଚିକୁଦି ଯାଉଥିଲେ। ବର ପହଞ୍ଚତ୍ବାରେ ବିଳମ୍ବ ହେବାରୁ କନ୍ୟା ଘର ଲୋକେ ଶୀଘ୍ର ଶୀଘ୍ର ଶୋଭାଯାତ୍ରାକୁ ନେବାକୁ ଚାହୁଁ ଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ବଚସା ଓ ବଚସାରୁ ମାରପିଟ। ଏହାପରେ ଯଦୁଚନ୍ଦ୍ରପୁର ଗାଁର ପ୍ରଭାତ କୁମାର ରାଉଳ ଓ ତାଙ୍କ ସହିତ ଅନ୍ୟ ୩ ଯୁବକ କନ୍ୟାଘର ଗାଁର ଅର୍ଜୁନ ପଢିହାରୀଙ୍କ ଘରର ଗ୍ରୀଲ ବାଡେଇବା ସହ ଘର ଆଗରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଅର୍ଜୁନଙ୍କ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ଏହି ଯୁବକମାନେ ତାଙ୍କୁ ଧମକ ଦେଇଥିଲେ। ମୁଁ ଯୁବ କଂଗ୍ରେସ ସଭାପତି ଥିଲି। ମୋ ଦେହରେ ହାତ ଦେଇଛମାନେ ଗାଁକୁ ଜାଳି ପାଉଁଶ କରିଦେବି ବୋଲି ପ୍ରଭାତ କହିବା ସହ ଧମକ ଦେଇଥିଲେ। ଅର୍ଜୁନଙ୍କ ପରିବାର ଲୋକେ ବରଯାତ୍ରୀ ମଦ ପିଇଥିବାରୁ ଏହାକୁ ଗୁରୁତର ସହ ନେଇ ନ ଥିଲେ। ବରଯାତ୍ରୀ ଯିବାପରେ ଅର୍ଜୁନଙ୍କ ପରିବାର ଲୋକେ ଘରର କବାଟ ବନ୍ଦ କରି ଶୋଇଥିଲେ। କିନ୍ତୁ ପ୍ରଭାତ ଅର୍ଜୁନଙ୍କ ଘର ନିକଟରେ ପହଞ୍ଚତ୍ ଏକ ଚାଳଘରୁ ଛଣ ଓଲାରି ଅର୍ଜୁନଙ୍କ ଘର ଆଗରେ ଥିବା ଅଟୋରିକ୍ସାରେ ନିଆଁ ଲଗାଇ ଦେଇଥିଲେ ା ଅଟୋରିକ୍ସା ପୋଡିଯିବା ପରେ ପ୍ରଭାତ ଓ ନିଜ ସାଙ୍ଗମାନଙ୍କୁ ଧରି ସେଠାରୁ ଚମ୍ପଟ ମାରିଥିଲେ। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅର୍ଜୁନ ଏ ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗାଁରେ ଉତ୍ତେଜନା ପ୍ରକାଶ ପାଇବାରୁ କନ୍ୟାଘର ଲୋକେ ଶୀଘ୍ର ବାହାଘର ସାରି ବରକନ୍ୟାଙ୍କୁ ବିଦା କରିବା ପାଇଁ ଲାଗିପଡିଥିଲେ। ପ୍ରାତଃ ପ୍ରାୟ ୫ଟା ସମୟରେ ବରକନ୍ୟାଙ୍କୁ ଗାଡ଼ିରେ ବସାଇ ବିଦା କରାଯାଉଥିଲା ା ହେଲେ ଗାଁ ଲୋକେ ଛାଡି ନ ଥିଲେ। କ୍ଷତିପୂରଣ ନ ମିଳିବା ଯାଏ ବରକନ୍ୟା ଯାଇ ପାରିବେନି ବୋଲି ଗ୍ରାମବାସୀ ଅଡ଼ି ବସିବା ସହିତ ରାସ୍ତାରୋକ କରିଥିଲେ। ଏହି ଘଟଣାକୁ ନେଇ ବରକନ୍ୟା ପ୍ରାୟ ୬ଘଣ୍ଟା ଗାଡ଼ିରେ ବସି ରହିଥିଲେ ା ଶେଷରେ ଗାଁରେ ବୈଠକ ବସିବା ପରେ ଏହି ବିବାଦର ସମାଧାନ ହୋଇଥିଲା ା ଅଟୋରିକ୍ସା ପୋଡ଼ି ବାବଦରେ ୬୫ ହଜାର ଟଙ୍କା ଓ ଗାଁରେ ଅଶାନ୍ତି ସୃଷ୍ଟି କରିଥିବାରୁ ୧ ହଜାର ଟଙ୍କା ଜରିମାନା ବରପକ୍ଷ ଦେବା ପରେ ବରକନ୍ୟା ମୁକୁଳି ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri