Categories: ଜାତୀୟ

ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ପ୍ରେମିକା, କାରଣ ଜାଣିଲେ…

ଲକ୍ଷ୍ନୌ,୫।୩: ଉତ୍ତରପ୍ରଦେଶର ବରେଲି ଜିଲାର ଜଣେ ପ୍ରେମିକା ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ଅପ୍ରତ୍ୟାଶିତ ଘଟଣା କ୍ରମରୁ ହଡ଼ବଡ଼େଇ ଯାଇ ପ୍ରେମିକ ଜଣକ ପରିବାର ସଦସ୍ୟଙ୍କ ସହ ଘରେ ତାଲା ଦେଇ ଫେରାର ହୋଇଯାଇଥିଲେ।

ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରେମିକଙ୍କ ଘର ସାମ୍ନାରେ ପ୍ରେମିକା ସେମିତି ବସି ରହିଥିଲେ। ପ୍ରେମିକ ଫେରିବା ପରେ ଏହା ଦେଖି ପୁଣି ପଳାଇବାକୁ ଚେଷ୍ଟା ଚଳାଇଥିଲେ। ଗ୍ରାମବାସୀ ପ୍ରେମିକଙ୍କୁ ବୁଝାଶୁଝା କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବହୁ ବାଦ ବିବାଦ ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଛନ୍ତି ପ୍ରେମିକ।

ବିହାର କଟିହାରର ୨୫ ବର୍ଷୀୟା ଯୁବତୀ ଶୀଶଗଡ଼କୁ ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ଏହି ଗାଁର ଜଣେ ଯୁବକଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ହରିୟାଣାର ଜଣେ ବନ୍ଧୁଙ୍କ ଘରକୁ ନେଇଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ପ୍ରେମିକାଙ୍କୁ ଆଣି ତାଙ୍କ ଭଉଣୀଙ୍କ ଘରେ ଛାଡ଼ି ଦେଇଥିଲେ। ପ୍ରେମିକା ତାଙ୍କୁ ବହୁବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ଫଳରେ ପ୍ରେମିକା ଜଣକ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ।

Share