ରାଗରେ ମୋବାଇଲ୍‌ ଗିଳିଦେଲେ ନାବାଳିକା

ଗ୍ବାଲିଓର,୭।୪:  ରାଗରେ ଥିବା ଲୋକ କେତେବେଳେ କ’ଣ କରି ବସେ ତା’ର କିଛି ଠିକଣା ରୁହେନି। ମଧ୍ୟପ୍ରଦେଶ ଗ୍ବାଲିଓରରେ ଜଣେ ନାବାଳିକା ରାଗିଯାଇ ମୋବାଇଲ୍‌ ଗିଳିଦେଇଥିବା ଘଟଣା ସାମ୍ନାକୁ ଆସିଛି। ଭିନ୍ଦ ଜିଲା ଆମୟାନରେ ନାବାଳିକାଙ୍କ ଘର। ନାବାଳିକା ଜଣକ କି-ପ୍ୟାଡ୍‌ ମୋବାଇଲ୍‌ ଗିଳିଦେବା ପରେ ଘରଲୋକେ ତାଙ୍କୁ ଜିଲା ଚିକିତ୍ସାଳୟ ନେଇଯାଇଥିଲେ। ସେଠାରୁ ଡାକ୍ତର ତାଙ୍କୁ ଗ୍ବାଲିଓରସ୍ଥିତ ଆରୋଗ୍ୟ ହସ୍ପିଟାଲ ରେଫର କରିଥିଲେ। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ଅସ୍ତ୍ରୋପଚାର ପରେ ନାବାଳିକାଙ୍କ ପେଟରୁ ମୋବାଇଲ୍‌ ଫୋନ୍‌ଟିକୁ କଢ଼ାଯାଇଥିଲା। ନାବାଳିକା ଜଣକ ଡାକ୍ତରଖାନାରେ ଥିବାବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Share