କୌଶମ୍ବି, ୧୦।୨:ଉତ୍ତର ପ୍ରଦେଶ କୌଶମ୍ବିର ଟେନଶାହ ଆଲାମବାଦ ଗ୍ରାମରେ ଝିଅକୁ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ୨୧ ବର୍ଷୀୟା ଯୁବତୀଙ୍କ ରୁମ୍ରୁ ପ୍ରେଗ୍ନାନ୍ସି ଟେଷ୍ଟ୍ କିଟ୍ ମିଳିବା ପରେ ବାପା ନରେଶ ଓ ମା’ ଶୋଭା ଝିଅଙ୍କୁ ହତ୍ୟା କରିଥିଲେ। ଘଟଣାକୁ ବାଟବଣା କରିବା ପାଇଁ ଝିଅ ନିଖୋଜ ଥିବା ନେଇ ନରେଶ ଗତ ୩ରେ ଥାନାରେ ଅଭିଯୋଗ କରିଥିଲେ। କିଛିଦିନ ପରେ ଗଁା ପାଖ କେନାଲରୁ ଯୁବତୀଙ୍କ ଗଳିତ ମୃତଦେହ ପୋଲିସକୁ ମିଳିଥିଲା। ଯାଞ୍ଚ ଚାଲିଥିବାବେଳେ ଘଟଣାରେ ନରେଶ ଓ ଶୋଭାଙ୍କ ସମ୍ପୃକ୍ତି ଜାଣିବାକୁ ପାଇ ପୋଲିସ ସେମାନଙ୍କୁ ଗିରଫ କରିଥିବା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ବ୍ରିଜେଶ କୁମାର ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ହତ୍ୟା ପରେ ଯୁବତୀଙ୍କ ପରିଚୟ ଲୁଚାଇବାକୁ ଯାଇ ସେମାନେ ମୃତଦେହରେ ଏସିଡ୍ ଢାଳିଥିଲେ। ଏଥିରେ ନରେଶଙ୍କୁ ସହଯୋଗ କରିଥିବା ତାଙ୍କ ଦୁଇ ଭାଇ ଗୁଲାବ ଓ ରମେଶଙ୍କୁ ମଧ୍ୟ ପୋଲିସ ଗିରଫ କରିନେଇଛି। ଯୁବତୀ ଜଣଙ୍କ ଏକାଧିକ ପୁରୁଷଙ୍କ ସହ ସମ୍ପର୍କରେ ଥିବାବେଳେ ତାଙ୍କ ରୁମ୍ରୁ ଅନେକ ଗର୍ଭ ପରୀକ୍ଷା କିଟ୍ ମିଳିଥିଲା। ଏ ପ୍ରକାର ଆଚରଣ ଦେଖି ସେମାନେ ସେମାନେ ଝିଅକୁ ହତ୍ୟା କରିଥିବା ପୋଲିସ କହିଛି।