ପ୍ରେମିକଙ୍କ ସହ ଫେରାର ଥିଲେ ଝିଅ, ବାହାକରିବାକୁ ଡାକି ଟାଙ୍ଗିଆରେ ହାଣିଦେଲେ ବାପା , ପରେ….

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ କାଶୀପୁର ବ୍ଲକ ଅଡାଯୋର୍‌ ପଞ୍ଚାୟତ ଅଡାଟାକିରି ଗାଁର ମଙ୍ଗଲସିଂ ମାଝୀ । ସେ  ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ଯୁବତୀଙ୍କ ବାପା ଜାଣିବାକୁ ପାଇଥିଲେ । ପରେ ଝିଅ ଓ ତାର ପ୍ରେମିକ ମଙ୍ଗଲ ସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥଲେ। ଘଟଣାସ୍ଥଳରେ ମଙ୍ଗଲ ସିଂ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର ଅଛନ୍ତି।
ତେବେ ୩ ଦିନ ତଳେ ଝିଅ ମଙ୍ଗଲଙ୍କ ସହ ଫେରାର୍‌ ହୋଇଯାଇଥିଲେ। ବାହାଘର କରାଇବାକୁ ଡାକି ଆଣି ଉଭୟଙ୍କୁ ବାପା ହାଣିଥିବା ଜଣାପଡ଼ିଛି।
Share