Categories: ଜାତୀୟ

ଅନ୍ୟକୁ ବଞ୍ଚିବା ଶିଖାଉଥିବା ଯୁବତୀ ନିଜେ ଜୀବନ ଯୁଦ୍ଧରେ ହାରିଗଲେ

ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନେକ ଲୋକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ନିକଟରେ ହସ୍ପିଟାଲରେ ଅକ୍ସିଜେନ୍‌ ସପୋର୍ଟରେ ବସିଥିବା ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପାଟିରେ ଅକ୍ସିଜେନ୍‌ ମାସ୍କ ପିନ୍ଧି ଲଭ ୟୁ ଜିନ୍ଦେଗୀ ଗୀତ ଝୁମୁଥିବା ନଜର ଆସିଥିଲେ। କିନ୍ତୁ ଏବେ ଏହି ରୋଗୀ କରୋନା ସହିତ ଯୁଦ୍ଧରେ ହାରିଯାଇଛନ୍ତି । ସେ ଦିଲ୍ଲୀର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଗତ ସପ୍ତାହରେ ଏହି ୩୦ ବର୍ଷୀୟା ଯୁବତୀଙ୍କର ଭିଡିଓ ଡାକ୍ତର ମୋନିକା ଲାଙ୍ଗେ ଟୁଇଟରରେ ଶେୟାର କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ସେ ହସ୍ପିଟାଲରେ ଆଇସିୟୁ ବେଡ ପାଇପାରି ନ ଥିଲେ, ତେଣୁ ତାଙ୍କୁ କୋଭିଡ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଏବଂ ପ୍ଲାଜମା ଥେରାପି ଦିଆଯିବା ସହିତ ତାଙ୍କୁ ଇନଭାସିଭ ଭେଣ୍ଟିଲେସନରେ ରଖାଯାଇଥିଲା। ଏହି ଯୁବତୀଙ୍କ ଇଚ୍ଛା ଶକ୍ତି ବହୁତ ଶକ୍ତିଶାଳୀ। ସେ ମୋତେ ଆଜି ଏକ ଗୀତ ବଜାଇବାକୁ କହିଥିଲେ, ଯାହା ମୁଁ ରାଜି ହୋଇଥିଲି। ଶିଖନ୍ତୁ- ସାହସ ହରାନ୍ତୁ ନାହିଁ ବୋଲି ଡାକ୍ତର କହିଥିଲେ।
ସେତେବେଳେ ଡାକ୍ତର ମଧ୍ୟ କହିଥିଲେ ଯେ ଯୁବତୀଙ୍କ ଅବସ୍ଥା ସୁଧୁରି ଯାଉଛି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। କିନ୍ତୁ ଏବେ ଯୁବତୀ ଦୁନିଆକୁ ବିଦାୟ ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯୁବତୀଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଥିଲ।

Share