ଅସ୍ତ୍ରୋପଚାର ପରେ ଚାଲିଗଲା ଝିଅର ଜୀବନ, ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି,୧୦।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯) ସ୍ଥନୀୟ ତୁମୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କଟକ ମେଡିକାଲରେ ଡାହାଣ ହାତ ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଅପରେଶନର ପରବର୍ତ୍ତୀ ଦିନ ଅର୍ଥାତ୍‌ ୯ ତାରିଖ ସକାଳେ ମୃତ୍ୟୁ ହୋଇଥିଲା। ତେବେ ଆଜି ମୃତଦେହ ନେଇ ଭାମ୍ବେ କଲୋନୀର ଲୋକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।