ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଚାଲିଗଲା ବାଳିକାଙ୍କ ଜୀବନ

ଫିଲାଡେଲଫିଆ,୧୩।୫: ଫିଲାଡେଲଫିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ତାଙ୍କ ପରିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ବିରୋଧରେ ମାମଲା ରୁଜୁ କରିଛନ୍ତି। ଝିଅଟି ଟିକଟକରେ ବ୍ଲାକଆଉଟ ଚ୍ୟାଲେଞ୍ଜ ଅଧୀନରେ ଏକ ଖେଳ ଖେଳୁଥିଲେ ଏବଂ ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ନାୟଲା ଆଣ୍ଡରସନ ନାମକ ଏହି ଝିଅଟି ବହୁତ ବୁଦ୍ଧିମାନ ଥିଲେ। ସେ ତିନୋଟି ଭାଷା କହିପାରନ୍ତି। ଡିସେମ୍ବର ୭ରେ ସେ ଫିଲାଡେଲଫିଆରେ ଥିବା ତାଙ୍କ ଘରେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପାଞ୍ଚ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଝିଅର ପରିବାର ପକ୍ଷରୁ ମେ ୧୨ରେ ଟିକଟକ ବିରୋଧରେ ମାମଲା ରୁଜୁ କରାଯାଇଛି।
ଆଣ୍ଡରସନଙ୍କ ପରିବାର ସଦସ୍ୟ କହିଛନ୍ତି, ଟିକ୍‌ଟକ୍‌ରେ ଲଗାତର ଭୁଲ ଉପତ୍ାଦର ମାର୍କେଟିଂ ହେଉଛି। ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ମୃତ ଝିଅଟିର ଫର୍‌ ୟୁ ପେଜ୍‌ରେ ଏପରି ଅନେକ ଜିନିଷ ମିଳିଥିଲା, ଯେଉଁଥିରେ ସେ ବ୍ଲାକଆଉଟ ଚ୍ୟାଲେଞ୍ଜ ଅଧୀନରେ ବହୁତ ବିପଜ୍ଜନକ କାର୍ଯ୍ୟ କରୁଥିବା ଜଣାପଡିଥିଲା। ଏହି କାରଣରୁ ସେ ତାଙ୍କର ମୃତ୍ୟୁ ହୋଇଛି।

Share