Categories: ଜାତୀୟ

ସରକାରୀ ସ୍କୁଲରେ ଚାଲିଛି ଯୁବତୀଙ୍କ ଡ୍ୟାନ୍ସ, ଉପଭୋଗ କରୁଛନ୍ତି ଯୁବକ

ପାଟଣା,୩୧।୧: ସାଧାରଣତଃ ସ୍କୁଲକୁ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଯାଇଥାନ୍ତି। ସ୍କୁଲକୁ ଶିକ୍ଷାର ମନ୍ଦିର ମଧ୍ୟ କୁହାଯାଏ। ମାତ୍ର ଏବେ କିଛି ଯୁବତୀ ସ୍କୁଲକୁ ଡ୍ୟାନ୍ସ ବାର୍‌ କରିସାରିଲେଣି। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବିହାରସ୍ଥିତ ଏକ ସରକାରୀ ସ୍କୁଲରେ। ଏହି ସ୍କୁଲରେ ଲୋକେ ବାର୍ଥ ଡେ ପାର୍ଟି ଆୟୋଜନ କରୁଛନ୍ତି। ଏଥିରେ ଯୁବତୀମାନେ ଅଶ୍ଳୀଳ ଗୀତରେ ଡ୍ୟାନ୍ସ କରୁଛନ୍ତି। ପାଟଣାକୁ ଲାଗି ରହିଥିବା ହାଜିପୁରର କିଛି ଯୁବତୀ ସ୍କୁଲରେ ଅଶ୍ଳୀଳ ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେଉଛି। ଏହା ଏକ ଶ୍ରେଣୀଗୃହ ବୋଲି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। କାରଣ ଡ୍ୟାନ୍ସ କରୁଥିବା ଯୁବତୀଙ୍କ ପଛରେ ଏକ ବ୍ଲାକବୋର୍ଡ ରହିଛି। ଯୁବତୀମାନେ ଡ୍ୟାନ୍ସ କରୁଥିବା ବେଳେ କିଛି ଯୁବକ ଏହାର ମଜା ନେଉଛନ୍ତି।
ଖାଲି ଏତିକି ନୁହେଁ, ଏହି ଡ୍ୟାନ୍ସରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ରାତ୍ରି ଜଗୁଆଳଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଏ ସମ୍ପର୍କରେ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏହା ଅଲଗା ଜିଲାର କହି ଏଡ଼ାଇ ଯାଇଛନ୍ତି।

Share