ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏହାର ମୁକାବିଲା ପାଇଁ ୟୁରୋପୀୟ ସଂଘ (ଇୟୁ)କୁ ବେଜିଂ ସହ ହାତ ମିଳାଇବା ପାଇଁ ଆହ୍ବାନ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଏହି ଅପିଲ୍‌ର କିଛି ଘଣ୍ଟା ପରେ ବେଜିଂ ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ୨ ଦିନ ତଳେ ଘୋଷଣା କରିଥିବା ୮୪% ଟାରିଫ୍‌କୁ ୧୨୫% ପର୍ଯ୍ୟନ୍ତ ବଢ଼ାଇଦେଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ଆମେରିକା ପକ୍ଷରୁ ଅଧିକ ଟାରିଫ୍‌ ବୃଦ୍ଧି କରାଗଲେ ବେଜିଂ ତାକୁ ଅଣଦେଖା କରିବ। କାରଣ ବର୍ତ୍ତମାନର ଟାରିଫ୍‌ ସ୍ତରରେ ଆମେରିକାରୁ ଚାଇନାକୁ କୌଣସି ସାମଗ୍ରୀ ରପ୍ତାନି କରାଗଲେ ତାହା ଆଉ ଗ୍ରହଣୀୟ ହେବା ଅବସ୍ଥାରେ ନାହିଁ। ଓ୍ବାଶିଂଟନ୍‌ ପଟୁ ଦିନକୁ ଦିନ ପର୍ଯ୍ୟାୟକ୍ରମେ ଟାରିଫ୍‌ ଲଦାଯିବା ଅସ୍ବାଭାବିକ ପରିସ୍ଥିତି ଉପୁଜାଇଛି। ବ୍ୟବହାରିକ ଦୃଷ୍ଟିରୁ ଦେଖିଲେ ଆମେରିକାର ଏହି ପଦକ୍ଷେପ ଏକ ସଂଖ୍ୟାଖେଳରେ ପରିଣତ ହୋଇଛି। ଆମେରିକା ଆଗକୁ ଟାରିଫ୍‌ ନମ୍ବର ଗେମ୍‌ ଜାରି ରଖିଲେ ଆମେ ଏହା ଉପରେ ଆଉ କୌଣସି ଜବାବୀ ପଦକ୍ଷେପ ନେବୁ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଲିନ୍‌ ଜିଆନ୍‌ କହିଛନ୍ତି। ବେଜିଂ ଆହୁରି କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ ଟାରିଫ୍‌ ବୃଦ୍ଧିର ଏହି ସଂଖ୍ୟାଖେଳ ଆରମ୍ଭ କରିଛନ୍ତି। ଏହାର ପ୍ରଭାବରେ ଅନ୍ୟ ଦେଶଗୁଡ଼ିକ ଯେଉଁ ପ୍ରଭାବ ପଡ଼ିବ, ସେଥିଲାଗି ଆମେରିକା ନିଜକୁ ଉତ୍ତରଦାୟୀ କରିବା ଉଚିତ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ବୁଧବାର ୭୫ ଦେଶ ଉପରେ ପୂର୍ବ ଘୋଷିତ ରେସିପ୍ରୋକାଲ ଟାରିଫ୍‌କୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। କିନ୍ତୁ ଚାଇନାରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକ ଉପରେ ବୁଧବାରଠାରୁ ଲାଗୁ ୧୦୪% ଟିକସକୁ ପୁଣି ୧୨୫% ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଅନ୍ୟପକ୍ଷେ ଚାଇନା ସବୁ ପ୍ରକାର ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍‌କୁ ୩୪%ରୁ ୮୪% ବଢ଼ାଇଦେଇଥିଲା। ଏହା ଏପ୍ରିଲ ୧୦ ଗୁରୁବାରଠାରୁ ଲାଗୁହେବ ଏବଂ ଏହି ଲଢ଼େଇ ଶେଷ ପର୍ଯ୍ୟନ୍ତ ଲଢ଼ାଯିବ ବୋଲି ଚାଇନା ଅଧିକାରୀମାନେ ପଣ କରିଥିଲେ। ଏହାର ପ୍ରତିକ୍ରିୟାରେ ଟ୍ରମ୍ପ୍‌ ଚାଇନା ଉପରେ ଟାରିଫ୍‌କୁ ୧୪୫% ପର୍ଯ୍ୟନ୍ତ ବଢ଼ାଇଦେଇଥିଲେ। ଚାଇନାର ସରକାରୀ ନ୍ୟୁଜ୍‌ ଏଜେନ୍ସି ଶିନ୍‌ହୁଆ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଇୟୁ ରାଷ୍ଟ୍ରଗୁଡ଼ିକୁ ଆମେରିକାର ଏହି ପଦକ୍ଷେପ ଉପରେ ସତର୍କ କରାଇଛନ୍ତି। ଏଥିସହ ଓ୍ବାଶିଂଟନ୍‌ ସହିତ ଚାଲିଥିବା ଟ୍ରେଡ୍‌ ଓ୍ବାର୍‌ରୁ ମୁକୁଳି ଚାଇନାକୁ ସହଯୋଗ କରିବା ସମୟ ଆସିଯାଇଛି ବୋଲି ଜିନ୍‌ପିଙ୍ଗ୍‌ ଅପିଲ୍‌ କରିଥିବା ଶିନ୍‌ହୁଆରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆମେରିକାର ଟାରିଫ୍‌ ବୃଦ୍ଧିକୁ ନେଇ ଚାଇନା ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଏକ ଲ’ସ୍ୟୁଟ୍‌ ଫାଇଲ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦୁଇଦେଶ ମଧ୍ୟରେ ଲାଗିରହିଥିବା ଟାରିଫ୍‌ ଯୁଦ୍ଧ ସାରା ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପ୍ରଭାବିତ କରି ବୈଶ୍ୱିକ ଅଭିବୃଦ୍ଧିରେ ଅନ୍ତରାୟ ସାଜିପାରେ ବୋଲି ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର (ଆଇଟିସି) ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପାମେଲା କୋକ୍‌ ହାମିଲ୍‌ଟନ୍‌ ଚେତାଇ ଦେଇଛନ୍ତି। ଆମେରିକା ଓ ଚାଇନା ମଧ୍ୟରେ ବାଣିଜି୍ୟକ ଉତ୍ତେଜନା ଜାରି ରହିଲେ ଦୁଇଦେଶର ବାଣିଜ୍ୟ ୮୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

ଇରାନ ବନ୍ଦରରେ ଭୟାବହ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୫୧୬ ଆହତ

ତେହରାନ,୨୬।୪: ଇରାନର ବନ୍ଦର ଆବ୍ବାସ ସହର ବାହାରେ ଥିବା ଶହୀଦ ରାଜାଇ ବନ୍ଦରରେ ଶନିବାର ଭୟାବହ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିବା ସହ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

ବାଂଲାଦେଶରେ ପାକିସ୍ତାନ ମୁତୟନ କଲା Fighter Jet? ପାକ୍‌ ଖବରଦାତା ଦାବି କଲେ…

ଇସଲାମାବାଦ,୨୬।୪: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ପଡ଼ିବ ମରୁଡ଼ି, ଅନ୍ଧାରରେ ବିତିବ ରାତି; ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନକୁ ୫ ଝଟ୍‌କା 

ନୂଆଦିଲ୍ଲୀ,୨୬।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image