Posted inଫୁରସତ

ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ଜଣେ ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ତାଙ୍କର ପିଲାଟି ବେଳୁ। ସେଥିପାଇଁ ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଚିତ୍ର ଶିଖିବା ଆରମ୍ଭ କରିଥିଲେ ସେ। ଜଣେ ଜଗନ୍ନାଥପ୍ରେମୀ ଭାବେ ପ୍ରଥମେ ସେ ଜଗନ୍ନାଥ ଚିତ୍ର ଆଙ୍କିବାକୁ ଭଲପାଆନ୍ତି। ଆଉ ଏହି ନିଶା ପାଇଁ ସେ ନ୍ୟାଶନାଲ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନାମକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ସହର ଆମ୍ବପୁଆ ମାରୁତି ନଗର ଅଞ୍ଚଳର ମା’ ନକ୍ଷତ୍ରମାଳା ଓ ପିତା ନୀଳମାଧବ ପଣ୍ଡାଙ୍କ ଝିଅ ମନୀଷା କୁମାରୀ। ମାତ୍ର ୮ମ ଶ୍ରେଣୀରୁ ସେ ବିଭିନ୍ନ ଚିତ୍ର ଅଙ୍କନ କରିଆସୁଛନ୍ତି। ଗତ ଲକ୍‌ଡାଉନ ସମୟରେ ଏକ କାଗଜ ପ୍ଲେଟରେ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ଅନେକଙ୍କଠାରୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହା ବ୍ୟତୀତ ସେ ବିଭିନ୍ନ ବର୍ଜ୍ୟବସ୍ତୁରେ ମଧ୍ୟ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରିଥିଲେ। ଏହାକୁ ସେ ନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ଆବେଦନ କରିଥିଲେ ଏବଂ ରେକଡର୍‌ସରେ ସ୍ଥାନ ମଧ୍ୟ ପାଇଥିଲେ। ଏହାପରଠୁ ସେ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଥିବା ସେ କହିଛନ୍ତିି। ଏଥିସହ ସେ ପଟ୍ଟଚିତ୍ର ସମେତ ୱାର୍ଲି ଆର୍ଟ, ମଣ୍ଡଳ ଆର୍ଟ, ଡଟ୍‌ ମଣ୍ଡଳ, ଲିପନ ଚିତ୍ରକଳା ଓ ବୋତଲରେ ଚିତ୍ରକଳା କରୁଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ଅବ୍ୟବହୃତ କାଗଜ ପ୍ଲେଟଗୁଡ଼ିକରେ ଜଗନ୍ନାଥଙ୍କ ଦଶ ଅବତାର, ନବଗୁଞ୍ଜର ବେଶ ଆଙ୍କିଛନ୍ତି, ଯାହା ଦେଖିବା ପାଇଁ ବେଶ୍‌ ସୁନ୍ଦର ଓ ଆକର୍ଷକ। କେବଳ ଏତିକି ନୁହେଁ, ସେ ପ୍ଲାଷ୍ଟିକ ଚାମଚ, ପ୍ଲେଟ, ହରଡ଼ ଡାଲି, ମାଟିପାତ୍ର, ଔଷଧ ଷ୍ଟ୍ରିପ, ବୋତଲ, କଉଡ଼ି, ମାଟିହାଣ୍ଡି, ଆଲ୍‌ମଣ୍ଡ, ଅବଢ଼ା ହାଣ୍ଡି, ଓସ୍ତ ପତ୍ର, ପଥର, ଶାଳଗ୍ରାମ ଆଦିରେ ଜଗନ୍ନାଥ କଳାକୃତି ଆଙ୍କି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଭଳି କଳାକୃତି ପାଇଁ ମନୀଷାଙ୍କୁ ଅଫିସିଆଲ ଇଣ୍ଡିଆ, ଅଡୁରା ଲ୍ୟାଣ୍ଡ, ମଣିକର୍ଣ୍ଣିକା ଆର୍ଟ ଗାଲେରିରୁ ଜଣେ ଦକ୍ଷ ଚିତ୍ରଶିଳ୍ପୀ ରୂପେ ସମ୍ବର୍ଦ୍ଧିିତ କରାଯାଇଛି।
– ସ୍ମୃତିରଞ୍ଜନ ମହାଳିକ


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri