ଭୁବନେଶ୍ବର,୨୪।୧୨(ବ୍ୟୁରୋ): ରାଜ୍ୟରେ ଏବେ ଘରକୁ ଘର ଟିକାକରଣ ଜାରି ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନ ଥିବାବେଳେ ୩୧ ଲକ୍ଷ ଦିତୀୟ ଡୋଜ ମଧ୍ୟ ନେଇନାହାନ୍ତି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଏବେ ସୁଦ୍ଧା ପ୍ରଥମ ଡୋଜ୍ ନେଇ ନାହାନ୍ତି ସେମାନଙ୍କୁ ଜାନୁୟାରୀ ୧୫ ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।