ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିବା ସିନର୍ଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଚେୟାରମ୍ୟାନ ତଥା ମ୍ୟାନେଜିଂ ଟ୍ରଷ୍ଟି ବିନୋଦ ଦାଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା।

ପାଠପଢ଼ା ଶେଷ ପରେ ଆପଣଙ୍କ ଲକ୍ଷ୍ୟ କ’ଣ ରହିଥିଲା?
ମୁଁ ରେଭେନଶାରୁ ଗଣିତରେ ସ୍ନାତକୋତ୍ତର ପାସ୍‌ କରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥାଏ। ଏକ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ହୋଇ ଅଧିକ ରୋଜଗାର କରି ଆରାମରେ ଚଳିବା ପାଇଁ ମନରେ ପ୍ରବଳ ଇଚ୍ଛା ଥିଲା। ଆଗାମୀ ଜୀବନ ଖୁସି ଆନନ୍ଦରେ ବିତାଇବାକୁ ଲକ୍ଷ୍ୟ ରଖିଥିଲି।
ପ୍ରାଥମିକ ଜୀବନରେ ଶିଳ୍ପ ସ୍ଥାପନ ପାଇଁ ମନ ବଳାଇଲେ କିପରି?
ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ପରିବାରର ଅନ୍ୟମାନେ ମଧ୍ୟ ଚାକିରି କରିଥାନ୍ତି। ତିନିପୁରୁଷରେ ବି ଆମର କେହି ବ୍ୟବସାୟ କରି ନ ଥିଲେ। ମୋର ସମ୍ପର୍କୀୟ ଅଶୋକ କୁମାର ମହାପାତ୍ର ଏସ୍‌ଆଇଏସ୍‌ଆଇର ନିର୍ଦ୍ଦେଶକ ଥିଲେ। ତାଙ୍କ ସହଯୋଗ ଓ ପ୍ରେରଣା ମୋତେ ଶିଳ୍ପ ସ୍ଥାପନରେ ଆଗେଇ ନେଲା। ଶିଳ୍ପରେ ଉତ୍ପାଦ କ’ଣ ରହିବ ତାହା ମଧ୍ୟ ସେ ବାଛିଥିଲେ, ଯାହାର ବଜାର ଚାହିଦା ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ଏହାଛଡା ଓଏସ୍‌ଏଫ୍‌ସି ସହଜଲଭ୍ୟ ଋଣ ଏବଂ ଏସ୍‌ବିଆଇର ମୂର୍ତ୍ତି ବାବୁଙ୍କ ସାହାଯ୍ୟ ଭୁଲିହେବ ନାହିଁ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ହଜାର ଦିନରେ ହଜାରେ ଶିଳ୍ପ ଆହ୍ବାନ ମଧ୍ୟ ଶିଳ୍ପ ପରିବେଶ ପାଇଁ ଅନୁକୂଳ ଥିଲା।
ଶିଳ୍ପପତି ହୋଇ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାପନ କରିବାକୁ କାହିଁକି ଚାହିଁଲେ ?
ସ୍ନାତକୋତ୍ତର ଶେଷ ପରେ ସୁଦୂର କଳାହାଣ୍ଡିର ଏକ ଘରୋଇ କଲେଜରେ ଆଡ୍‌ହକ୍‌ ଅଧ୍ୟାପକ ପଦବୀରେ ଶିକ୍ଷାଦାନ ପାଇଁ ସୁଯୋଗ ମିଳିଥିଲା। ମଧ୍ୟମ ବର୍ଗ ଲୋକଙ୍କ ପୁଞ୍ଜି ହେଉଛି ଶିକ୍ଷା। ତେଣୁ ସମାଜରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନ ଆଡ଼କୁ ମନ ବଳାଇଥିଲି।
ଇଞ୍ଜିନିୟରିଂ ଶିକ୍ଷା ବ୍ୟୟବହୁଳ। ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହଜସାଧ୍ୟ ନୁହେଁ। ତେଣୁ ଆପଣ ସମ୍ମୁଖୀନ ହୋଇଥିବା ଆହ୍ବାନଗୁଡ଼ିକ କ’ଣ ଥିଲା?
ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ବହୁତ ଜାଗା, ଅର୍ଥ ଓ ଉନ୍ନତ ଧରଣର ପ୍ରୟୋଗଶାଳା ଆବଶ୍ୟକ। ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଏନ୍‌ଓସି ପାଇବା ସହଜ ନ ଥିଲା। ମୋ ମାମୁ ଘର ଢେଙ୍କାନାଳରେ। ଢେଙ୍କାନାଳ ରାଜପରିବାର ସହ ଆମର ପାରିବାରିକ ସମ୍ପର୍କ ଭଲ ଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି. ସିଂଦେଓଙ୍କ ପରାମର୍ଶ ଓ ସହଯୋଗ ସେ ସମୟରେ ମତେ ବହୁତ ସାହାଯ୍ୟ କରିଥିଲା। ପ୍ରଚଳିତ ନୀତି ଅନୁସାରେ କଲେଜ ନ ଥିବା ଜିଲା ଓ ଭଡ଼ାଘରେ ଇଞ୍ଜିନିୟରିଂ କଲେଜ ଚଳାଇବା ପାଇଁ ସୁଯୋଗ ମତେ ବାଟ କଢ଼ାଇନେଇଥିଲା।
ସିନର୍ଜିର ବର୍ତ୍ତମାନ ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ କିଛି କହିବେ ?
ଦୀର୍ଘ ୨୩ ବର୍ଷ ମଧ୍ୟରେ ସିନର୍ଜି ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ ବହୁ ଝଡ଼ଝଞ୍ଜା ଦେଇ ଗତିକରିଛି। ଆପ୍ରାଣ ଉଦ୍ୟମରେ ଢେଙ୍କାନାଳରେ ପ୍ରଥମ କ୍ୟାମ୍ପସ ଓ ଭୁବନେଶ୍ୱରରେ ଦ୍ୱିତୀୟ ପରିସର ସୃଷ୍ଟି କରିପାରିଛି। ଉନ୍ନତ ଶିକ୍ଷା, କର୍ମ ନିୟୋଜନ ସହାୟତା ଓ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସହ ବୁଝାମଣା ହେତୁ ଏହି ଅନୁଷ୍ଠାନ ଅଭିଭାବକମାନଙ୍କ ବିଶ୍ୱାସ ଜିତିପାରିଛି। ବିଟେକ୍‌, ଏମ୍‌ଟେକ୍‌, ଡିପ୍ଲୋମା, ବିଏସ୍‌ସି ନର୍ସିଂ ଓ ବିଏସ୍‌ସି ଡିଗ୍ରୀ ଲାଗି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନର ସୁଯୋଗ ଦେଇଛି। ସ୍କିଲ୍‌ ଡେଭେଲପ୍‌ମେଣ୍ଟ ଜରିଆରେ ପ୍ରତି ବର୍ଷ ଓଡ଼ିଶାରେ ୩ ହଜାର ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ଦେଇ କର୍ମନିଯୁକ୍ତିରେ ସହାୟକ ହୋଇପାରିଛୁ।
କୋଭିଡ୍‌ ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟାର ସମାଧାନ କ’ଣ ଥିଲା ?
କୋଭିଡ୍‌ ସମୟରେ ପ୍ରାୟତଃ କ୍ୟାମ୍ପସ୍‌ଗୁଡ଼ିକ ବନ୍ଦ ରହିଥିଲା। ପ୍ରତ୍ୟକ୍ଷ ଶିକ୍ଷା ଆଦୌ ସମ୍ଭବ ନ ଥିଲା। ପୂର୍ବରୁ କଲେଜକୁ ମୋବାଇଲ ନେବା ମନାଥିଲା। ମାତ୍ର କୋଭିଡ୍‌ ସମୟରେ କଲେଜକୁ ମୋବାଇଲ ଗଲା। ଅର୍ଥାତ୍‌ ମୋବାଇଲ ମାଧ୍ୟମରେ ହିଁ କଲେଜ ତିଷ୍ଠି ପାରିଲା। ଅନ୍‌ଲାଇନ୍‌ ଶିକ୍ଷା ଗ୍ରାମାଞ୍ଚଳରେ ଦୁର୍ବଳ ନେଟୱର୍କ ଯୋଗୁଁ ପହଞ୍ଚତ୍ ପାରୁ ନ ଥିଲା। ପ୍ରାକ୍ଟିକାଲ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏହି ସମୟରେ ଦୃଢ ମନୋବଳ, ଆର୍ଥିକ ସମସ୍ୟାରେ ବ୍ୟାଙ୍କର ସହଯୋଗ ଓ ସର୍ବୋପରି କଲେଜ ଷ୍ଟାଫ୍‌ଙ୍କ ନିଃସ୍ବାର୍ଥପର ସେବା ମୋ ମନୋବଳକୁ ବଢ଼ାଇଦେଲା।
ଓଡ଼ିଶାରେ ବୈଷୟିକ ଶିକ୍ଷାର ସ୍ଥିତି କିପରି ଅଛି ?
ବୈଷୟିକ ଶିକ୍ଷାର ସ୍ଥିତି ଭଲ ରହିଛି। ଏହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ। ସବୁ ସ୍ତରରେ ନିଯୁକ୍ତି ପାଇଲା ପରି ବ୍ୟବସ୍ଥା ମଧ୍ୟ ରହିଛି। କେବଳ ଶିକ୍ଷା ସମାପ୍ତି ପରେ ସ୍କିଲ୍‌ ଡେଭେଲପ୍‌ମେଣ୍ଟର ଆବଶ୍ୟକତା ଅପରିହାର୍ଯ୍ୟ। ମାତ୍ର ନିଯୁକ୍ତି ପାଇଁ ଇଚ୍ଛା ପୋଷଣ ନ କରି ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚ୍ଚିତ।
ରାଜ୍ୟ ସରକାରଙ୍କ ନୀତି ଓ ସହଯୋଗ କିପରି ରହିଛି ?
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଓଡ଼ିଶା ପ୍ରଫେଶନାଲ ଏଜୁକେଶନ ଆକ୍ଟ, ୨୦୦୭ ଯୋଗୁଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ସିଟ୍‌ ପୂରଣ କରିପାରୁ ନାହାନ୍ତି। ସାମ୍ପ୍ରତିକ ସ୍ଥିତିରେ ଘରୋଇ କଲେଜଗୁଡ଼ିକରେ ବହୁ ସିଟ୍‌ ଖାଲି ପଡ଼ୁଛି, ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକୁ କ୍ଷତି ପହଞ୍ଚାଉଛି। ତେଣୁ ସରକାରଙ୍କ ଦ୍ୱାରା ନୂଆ ଆଡ୍‌ମିଶନ ନୀତି ଲାଗୁ କରାଯିବା ବାଞ୍ଛନୀୟ।
ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ପିଲାମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ଚେଷ୍ଟା ଅବ୍ୟାହତ ରହିଛି। ମେଡିକାଲ କଲେଜ ଯଥାଶୀଘ୍ର ଆରମ୍ଭ ହେବ। ଆମେ ଜାଗା ଅନ୍ବେଷଣରେ ଅଛୁ। ସରକାରଙ୍କଠାରୁ ଏନ୍‌ଓସି ମିଳିସାରିଛି। ଏଥିସହ ଛାତ୍ରୀଛାତ୍ରଙ୍କ ପାଇଁ ସେଣ୍ଟର୍‌ ଫର୍‌ ଏକ୍ସିଲେନ୍ସ ଫର୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଡିପ୍ଲୋମା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

JIOର ବଡ଼ ଧମାକା, ୪୯ ଟଙ୍କାରେ ମିଳୁଛି ଅନ୍‌ଲିମିଟେଡ୍‌ ଡାଟା

ନୂଆଦିଲ୍ଲୀ,୮।୧: ରିଲାଏନ୍ସ ଜିଓର ଏଭଳି ଏକ ଶସ୍ତା ରିଚାର୍ଜ ପ୍ଲାନ, ଯାହାଦ୍ୱାରା ଆପଣଙ୍କୁ ଏକାଧିକ ଲାଭ ମିଳିବ। ୪୯ ଟଙ୍କିଆ ଏହି ପ୍ଲାନ୍‌ ଏୟାରଟେଲ୍‌ ଏବଂ...

୧୧ରେ ଡ୍ରିମ୍‌ସର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୮।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକ ନିକଟସ୍ଥ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ୨୦୨୫ ଜାନୁୟାରୀ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି।...

ଓପିଜି ମୋବିଲିଟିର ଅନାବରଣ

ନୂଆଦିଲ୍ଲୀ,୮।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍‌ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର...

ରଣନୈତିକ ନିବେଶ ପୋର୍ଟଫୋଲିଓକୁ ଉନ୍ନତ କରିବ

ନୂଆଦିଲ୍ଲୀ,୮।୧ (ଅଭୟ ଦାଶ): ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ(ଏନ୍‌ଭିସିଏଲ)କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି କମ୍ପାନୀ ଭଦ୍‌ରାଜ ସିମେଣ୍ଟ ଲିମିଟେଡ (ଭିସିଏଲ୍‌)ର ଏସ୍‌ଆର୍‌ଏ...

ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ

ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍‌-୧୯ ପରେ ସର୍ବନିମ୍ନ ସ୍ତର।...

ଜିଡିପି ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୮।୧: ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବ ବୋଲି ଆକଳନ...

ଚାରିବର୍ଷ ସର୍ବନିମ୍ନ ସ୍ତରକୁ ଖସିପାରେ ଅଭିବୃଦ୍ଧି ହାର, ଚିନ୍ତା ବଢ଼ାଇଲା ସରକାରଙ୍କ ତଥ୍ୟ

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସରକାର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଅନୁମାନ କରାଯାଉଛି ଯେ, ଆଗାମୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ...

SBIର ଏହି ସ୍କିମରେ ୩ ବର୍ଷ ପାଇଁ କରନ୍ତୁ ନିବେଶ ମିଳିବ ୬.୯୦ ଲକ୍ଷ ଟଙ୍କାରୁ ଅଧିକ, ଆଜି ନିଅନ୍ତୁ ଫାଇଦା

ନୂଆଦିଲ୍ଲୀ, ୭।୧: ଏସବିଆଇ ଅର୍ଥାତ୍‌ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ନିବେଶକମାନଙ୍କୁ ଆକର୍ଷଣୀୟ ସୁଧ ହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri