ପୂଜା ମଣ୍ଡପରେ ବିଜେ ହେଲେ ଦେବୀ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମେତ ବ୍ଲକର ସମରଝୋଳ ପୂଜା ମଣ୍ଡପରେ ରବିବାରଠାରୁ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବଜାର ବଣିକ ସଂଘ ପୂଜା କମିଟି, ବଇଁଚବଣିଆ ପୂଜା କମିଟି ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଳିତ ବର୍ଷ ହିଞ୍ଜିଳିକାଟୁସ୍ଥିତ ପୂଜା ମଣ୍ଡପରେ ଦେବୀଙ୍କ ପୂଜା ଆୟୋଜନ ହୋଇଛି। ସେହିପରି ବ୍ଲକର ସମରଝୋଳ ବଜାର ପୂଜା କମିଟି ପକ୍ଷରୁ ଦେବୀଙ୍କୁ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ରବିବାର ପୀଠରେ ଅଷ୍ଟମୀ ସନ୍ଧି ପୂଜା ହିଞ୍ଜିଳି ମା’ କନକ ଦୁର୍ଗା, ଖରିଡ଼ା କୁରେଇଶୁଣୀ ଓ ନୂଆ ବୁରୁପୋଡ଼ା ଶ୍ୟାମଳାଇ ମନ୍ଦିରରେ ଆୟୋଜିତ ହୋଇଛି। ଦେବୀଙ୍କ ଧରାବତରଣ ଓ ଶାରଦୀୟ ପୂଜା ପାଇଁ ଉତ୍ସାହ ସୃଷ୍ଟି ହେବା ସହ ବଜାର ଭିଡ଼ ପରିଲକ୍ଷିତ ହୋଇଛି।

Share