ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବୁଗୁଡ଼ା,୧୧ା୭(ଡି.ଏନ.ଏ.): ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ସୋମବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ବୁଗୁଡ଼ା ସୀମାଞ୍ଚଳ ମାର୍ଗ ପ୍ରଥମ ଲାଇନରେ ରହୁଥିବା ତାକରଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବହରି ଚୌଧୁରୀଙ୍କ ସ୍ତ୍ରୀ ସୋମବାର ସକାଳ ପ୍ରାୟ ସାଢେ ୫ଟାରେ ନିଜ ଘର ପାଖ ଗଛରୁ ଫୁଲ ତୋଳିବା ବେଳେ ଜଣେ ଲୁଟେରା ତାଙ୍କ ପଛପଟୁ ଆସି ଏକ ଧକ୍କା ମାରିଥିଲେ। ମହିଳା ଜଣକ ତଳେ ପଡିଯିବାରୁ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲା। ଚେନ ଟାଣିବା ବେଳେ ମହିଳା ଜଣକ ପାଟି କରିବା ସହ ଚେନଟିକୁ ଜାବୁଡି ଧରିବାରେ ଚେନର କିଛି ଅଂଶ ମହିଳାଙ୍କ ହାତରେ ରହିଥିଲେ ହେଁ ବାକି ଅଂଶ ଲୁଟେରା ଧରି ଚମ୍ପଟ ମାରିଥିଲା। ଚେନ ଟାଣିବା ଯୋଗୁ ମହିଳାଙ୍କ ବେକରେ ସାମାନ ଆଘାତ ଲାଗିଥିବା ଜଣାପଡିଛି। ମହିଳାଙ୍କ ସ୍ବାମୀଙ୍କ ଏତଲା ପରେ ପୋଲିସ ସନ୍ଧେହରେ ଜଣକୁ ଅଟକ ରଖି ପଚରାଉଚରା ପରେ ତା’ଠାରୁ ଲୁଟ ସୁନା ଜବତ କରିଛି।

Share