Categories: ଖେଳ

ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ରୂପାରେ ତିଆରି! କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଛି ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ। ବିଶ୍ୱର ପ୍ରଥମ ସହର ଭାବରେ ପ୍ୟାରିସ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌କୁ ଅଲିମ୍ପିକ୍ସ ଫେରିଛି। ତେବେ ଅଲିମ୍ପିକ୍ସ ସମୟରେ ଦିଆଯାଇଥିବା ପଦକ ସମ୍ବନ୍ଧରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ କି ଏହି ସ୍ବର୍ଣ୍ଣ ପଦକ ସମ୍ପୂର୍ଣ୍ଣ ରୂପେ ସୁନାରେ ତିଆରି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ସମ୍ପୂର୍ଣ୍ଣଭ ଭାବରେ ସୁନାରେ ତିଆରି ନୁହେଁ। ଏପରି କାହିଁକି ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ ହୋଇଯିବେ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ସୁନାରେ ନୁହେଁ ବରଂ ରୂପାରେ ନିର୍ମିତ। ଏହି ସୁନାର ପଦକଗୁଡିକ ଅତି କମରେ ୯୨.୫% ରୂପାରେ ତିଆରି ଓ ମାତ୍ର ଛଅ ଗ୍ରାମ ସୁନାରେ ଏହାର କୋଟିଂ ଦିଆଯାଇଥାଏ।

ଅଲିମ୍ପିକ ପଦକଗୁଡିକ ପ୍ରକୃତରେ ୧୯୧୨ ପର୍ଯ୍ୟନ୍ତ ଶୁଦ୍ଧ ସୁନାରେ ନିର୍ମିିତ ହୋଇଥିଲା, କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ପରେ ଦେଶମାନେ ସୁନାରେ କୋଟିଂ କରି ରୂପାରେ ପଦକ ତିଆରି କରିବା ଆରମ୍ଭ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ବିଷୟରେ କହିବାକୁ ଗଲେ ପ୍ୟାରିସ ଅଲିମ୍ପିକ ଗେମ୍ସରେ ଆଇଫେଲ ଟାୱାରର ସ୍କ୍ରାପ ଧାତୁରେ ସୁନା, ରୂପା ଏବଂ ବ୍ରୋଞ୍ଜ ପଦକ ତିଆରି ହେବ।

 

Share