୨ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀ ଜେଲ ଗଲେ

ରାଜକନିକା,୧୭ା୮(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲା। ଚୋରି ଘଟଣାରେ ଗୁରୁବାର ପୋଲିସ ୩୪. ୫ ଗ୍ରାମ୍‌ ସୁନା ଜବତ କରିବା ସହ ୨ ଦୁର୍ବୃତ୍ତଙ୍କ ସହ ସୁନା କିଣିଥିବା ଦୋକାନୀଙ୍କୁ ଧରି କୋର୍ଟଚାଲାଣ କରିଥିଲା। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ସହ ଅନ୍ୟ କେହି ଥିବା ସନ୍ଦେହରେ ପୋଲିସ ଅଧିକ ତଦନ୍ତ ଚଳାଇଛି।
ରାଜକନିକା ବିଡିଓ ପୃଥ୍ବୀରାଜ ପରିଡାଙ୍କ ଅନୁପସ୍ଥିତିରେ ତାଙ୍କ ସରକାରୀ ବାସଭବନରୁ ଜାନୁୟାରୀ ୨୭, ମେ ୧୮ ଓ ଜୁନ୍‌ ୧୨କୁ ମିଶାଇ ସମାନ ଢଙ୍ଗରେ ୩ଥରରେ ଦୁର୍ବୃତ୍ତ ସୁନା ଅଳଙ୍କାର, ଲାପଟପ୍‌, ମୋବାଇଲ୍‌, ଟିଭି, କମ୍ପ୍ୟୁଟର ହାର୍ଡ ଡିସ୍କ ଭଳି ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଚୋରି ହୋଇଥିଲା। ସେହିପରି ସଦର ନୂଆସାହି (ବାଘବୁଦା) ଗଁାର ପ୍ରକାଶ ପାଣିଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଜୁନ ୧୧ରେ ଲକ୍ଷାଧିକ ଟଙ୍କାର ସୁନାରୁପା ସହ ଆସବାବପତ୍ର ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବିଡିଓଙ୍କ ଘରୁ ଚୋରିକୁ ନେଇ ଜୁନ୍‌ ୧୯ରୁ ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଜୁନ୍‌ ୨୪ରେ ତତ୍କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡାଙ୍କ ପ୍ରତିଶ୍ରୁତିରେ କର୍ମଚାରୀମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା। ରାଜକନିକା ପୋଲିସ ଏହି ଘଟଣାର ଗୁରୁବାର ପର୍ଦ୍ଦାଫାଶ କରିଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଜରିଆ ଗଁାର କୁନା ଦାସ(୨୬), ରଞ୍ଜିତ ଦାସ(୨୪) ୨ ଭାଇଙ୍କୁ ତାଙ୍କ ଘରୁ ପୋଲିସ କାବୁ କରିଥିଲା। ସେମାନେ ବିକ୍ରି କରିଥିବା ସୁନା ଅଳଙ୍କାରଗୁଡ଼ିକୁ ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳ ମେଡିକାଲ ଛକଠାରେ ଥିବା ସଞ୍ଜୟ ଚାରମୂଳଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ କୁନାଙ୍କ ନାମରେ ଆଗରୁ ଅନ୍ୟ ଥାନାରେ ମାମଲା ରହିଛି। ଭାରତୀୟ ନ୍ୟାୟ ସଂହିତା ଦଫା ୪୫୭, ୩୮୦ରେ ନଂ. ୫୦/୨୪ରେ ମାମଲା ରୁଜୁ କରି ଗୁରୁବାର ୩ ଜଣଙ୍କୁ ଡାକ୍ତରୀପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଆଇଆଇସି ଦିଲୀପ କୁମାର ଧଳଙ୍କୁ ପଚାରିବାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

୨ ଦିନ ହାଇକୋର୍ଟ ଛୁଟି

କଟକ,୨୩ା୧୦ (କାର୍ତ୍ତିକ ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,...

ଏଟିଏମ୍‌ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍‌…

ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍‌ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍‌ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ...

ନିଖୋଜର ୧୬ ଦିନ ପରେ ନାଳରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଝରିଗାଁ,୨୩ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାା ଝରିଗାଁ ଥାନା ଅର୍ନ୍ତଗତ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ ରହିଥିବା ଶୁଷ୍କ ନାଳ ମଧ୍ୟରୁ ସ୍ଥାନୀୟ ପୋଲିସ ଏକ ଗଳିତ...

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri