ବିରୁଷ୍କା ଶେୟାର କରିଥିବା ଗୁଡ୍‌ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍‌

ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ ବିରୁଷ୍କା ସୋସିଆଲ ମିଡିଆରେ ଫ୍ୟାନଙ୍କ ସହ ବାପା-ମା ହେବାକୁ ଯାଉଥିବା ଖୁସି ଖବର ବାଣ୍ଟିଥିଲେ। ଏ ନେଇ ଭାରତୀୟ ଅଧିନାୟକ କୋହଲି ଫଟୋ ଟୁଇଟ କରିଥିଲେ। ଏହି ଫଟୋକୁ ଚଳିତ ବର୍ଷ ସବୁଠୁ ଅଧିକ ଲାଇକ୍‌ ମିଳିଥିବା ଘୋଷଣା କରିଛି ଟୁଇଟର ଇଣ୍ଡିଆ।

ଦୁହିଁଙ୍କ ଫ୍ୟାନ ଲାଇକ୍‌ ଓ କମେଣ୍ଟ ମାଧ୍ୟମରେ ଉକ୍ତ ଫଟୋକୁ ଖୁବ୍‌ ଭଲ ପାଇବା ଦେଇଥିଲେ। ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ବିରୁଷ୍କାଙ୍କ ଏହି ଫଟୋ । ଟୁଇଟର ଇଣ୍ଡିଆ କୋହଲିଙ୍କ ଟୁଇଟକୁ ରିଟୁଇଟ୍‌ କରି କ୍ୟାପଶନରେ ଲେଖିଛନ୍ତି, ୨୦୨୦ର ସର୍ବାଧିକ ପସନ୍ଦ କରାଯାଇଥିବା ଟୁଇଟ୍‌। ତେବେ ବିରୁଷ୍କାଙ୍କ ଉକ୍ତ ଫଟୋକୁ ୬.୪ ଲକ୍ଷ ଲାଇକ୍‌ ମିଳିଛି।