ଖୁସି ଖବର: କରୋନା ଟୀକା ପ୍ରସ୍ତୁତିରେ ଆମେରିକାକୁ ସଫଳତା

ଓ୍ବାଶିଂଟନ, ୧୫।୭: ଆମେରିକାରୁ ଖୁସି ଖବର ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ଆମେରିକା ଟୀକା ପ୍ରସ୍ତୁତିରେ ସଫଳତା ହାସଲ କରିଛି। ଏହାର ପ୍ରୟୋଗ ମନୁଷ୍ୟଙ୍କଠାରେ କରାଗଲେ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଉଥିବା କୁହାଯାଉଛି। ଆମେରିକା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ସାଇନ୍ସ୍‌ର ବରିଷ୍ଠ ଗବେଷକ ପ୍ରଫେସର ଡ. ଆନ୍ଥୋନୀ କାଉଚି ଏନେଇ ସୂଚନା ଦେଇଛନ୍ତି। ମାନବ ସଭ୍ୟତା ଉପରେ ଦେଖାଦେଇଥିବା କରୋନା ମହାମାରୀ ସଙ୍କଟ ଏହି ପ୍ରତିଷେଧକ ଟୀକା ଦ୍ୱାରା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ଜୁଲାଇ ୨୭ଠାରୁ ଏହି ଟୀକାର ପରୀକ୍ଷା ମନୁଷ୍ୟଙ୍କଠାରେ ବ୍ୟାପକ ଭାବେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୫ ଜଣଙ୍କଠାରେ ଏହାର ପ୍ରୟୋଗ ଜୁଲାଇ ୧୪ରେ କରାଯାଇଛି। ଏବେ ଏହାର ଫଳାଫଳକୁ ଅପେକ୍ଷା କରାଯାଇଥିବା କାଉଚି କହିଛନ୍ତି।

Share