Categories: ବାଣିଜ୍ୟ

ଦି ଗୁଡ୍‌ ଷ୍ଟଫକୁ ଅଧିଗ୍ରହଣ କଲା ଡିଏସ୍‌ ଗ୍ରୁପ

ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍‌ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍‌ଏମ୍‌ସିଜି କନ୍‌ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍‌ ଗ୍ରୁପ) ନିକଟରେ ଦି ଗୁଡ୍‌ ଷ୍ଟଫ୍‌ ପ୍ରାଇଭେଟ ଲିମିଟେଡ ଏବଂ ତା’ର ଲୁଭିଟ ଚକୋଲେଟ ଏବଂ କନ୍‌ଫେକ୍‌ଶନାରିକୁ ଅଧିଗ୍ରହଣ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଦି ଗୁଡ୍‌ ଷ୍ଟଫ ପ୍ରାଇଭେଟ ଲିମିଟେଡ (ପୂର୍ବରୁ ଗ୍ଲୋବାଲ ସିପି ପିଭି ଲିମିଟେଡ ନାମରେ ଜଣାଶୁଣା) କନ୍‌ଫେକ୍‌ଶନାରି ଏବଂ ଲୁଭିଟ ଚକୋଲେଟ ବ୍ରାଣ୍ଡ୍‌ର ମାଲିକ ଭାବେ ଜଣାଶୁଣା। ଯାହାକି ପୂର୍ବରୁ ଏହା ଗୋଲ୍ଡମ୍ୟାନ୍‌ ସାକ୍ସ ଏବଂ ମିତସୁଇ ଭେଞ୍ଚର୍ସ୍‌ର ମାଲିକାନାରେ ଥିଲା। ଏପରିକି ଡିଏସ ଗ୍ରୁପର ଏହି ଅଧିଗ୍ରହଣ ବିଶେଷ କରି କନ୍‌ଫେକ୍‌ଶନାରି ପୋର୍ଟଫୋଲିଓକୁ ବଞ୍ଚାଇବା ଏବଂ ମଜଭୁତ କରିବା ପାଇଁ ଏକ ବିଧିବଦ୍ଧ ରଣନୀତିକ ପଦକ୍ଷେପ ବୋଲି କୁହାଯାଉଛି। ବିଶେଷ କରି ୨୦୧୨ ରେ ଡିଏସ୍‌ ଗ୍ରୁପ୍‌ କନ୍‌ଫେକ୍‌ଶନାରି ବ୍ୟବସାୟରେ ପ୍ରବେଶ କରିଥିଲା ଏବଂ ପାସ୍‌ପାସ୍‌, ପଲ୍ସ, ଚିଙ୍ଗଲେସ୍‌, ରଜନୀଗନ୍ଧା ସିଲଭର ମୋତି, ମ୍ୟାଜେ ଭଳି ଲୋକପ୍ରିୟ ଅଣ ଚକୋଲେଟ୍‌ ବ୍ରାଣ୍ଡ୍‌ର ଏକ ବୃହତ ସମାବେଶ ଏବଂ ଭାରତ ବଜାରରେ ଏହାର ପ୍ରଥମ ଶୁଭାରମ୍ଭ (ଲଞ୍ଚ) ପାଇଁ ବିଳାସପୂର୍ଣ୍ଣ ସ୍ବିସ୍‌ ଚକୋଲେଟ୍‌ ବ୍ରାଣ୍ଡ୍‌ ଲେଡେରାଚ୍‌ ସହିତ ସହଭାଗିତା କରିଥିଲା।
ଏ ସମ୍ପର୍କରେ ଡିଏସ୍‌ ଗ୍ରୁପ୍‌ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଡିଏସ୍‌ ଗ୍ରୁପ୍‌ ଦୀର୍ଘ ବର୍ଷ ଧରି କନ୍‌ଫେକ୍‌ଶନାରି ସେଗମେଣ୍ଟରେ ନିଜର ଉପସ୍ଥିତ ବୃଦ୍ଧି ଉପରେ ଧ୍ୟାନ ଦେଉଛି। ଏପରିକି ଲୁଭିଟକୁ ଅଧିଗ୍ରହଣ କରିବା ଆମର କନ୍‌ଫେକ୍‌ଶନାରି ବୃଦ୍ଧି ଏବଂ ଆମର ପାଦଚିହ୍ନ ସହିତ ଚକୋଲେଟ୍‌ ସେଗମେଣ୍ଟରେ ପ୍ରବେଶ କରିବା ପାଇଁ ଏକ ରଣନୀତିକ ନିଷ୍ପତ୍ତି। ବିଶେଷ କରି ଏହା ଆମକୁ ଆମର ଉତ୍ପାଦ ପୋର୍ଟଫୋଲିଓ ବିସ୍ତାର କରିବାକୁ ସକ୍ଷମ କରିବ।

Share