ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି। ଏଥିସହିତ ସେ ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ବ୍ୟବସ୍ଥା ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇବାକୁ ହକ୍‌ଦାର ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଅରୁଣ ନିଜର ନୂଆ ଦାୟିତ୍ୱ ନେବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅକ୍ଟୋବର ୭ତାରିଖ ପୂର୍ବାହ୍ନରୁ ତାଙ୍କୁ ଅବସର ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଅରୁଣଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା। ତାଙ୍କୁ ପୂର୍ବ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ ତାରିଖରେ ରାଜ୍ୟର ଅସ୍ଥାୟୀ ପୋଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ଭାଜପା ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅଗଷ୍ଟ ୧୬ତାରିଖରେ ଡିଜି ପଦରୁ ହଟାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା...

ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ...

ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri