ବିବାହ ପୂର୍ବରୁ ସମ୍ପର୍କ, ଲିଭ୍‌-ଇନ୍‌ ରିଲେଶନ୍‌ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଜାକର୍ତ୍ତା,୬।୧୨: ଇଣ୍ଡୋନେସିଆରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ବିବାହ ନ କରି ଲିଭ୍‌-ଇନ୍‌ରେ ରହିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ମଙ୍ଗଳବାର ଇଣ୍ଡୋନେସିଆ ସଂସଦ ଏକ ନୂତନ ନିୟମ ପ୍ରଣୟନ କରି ବିବାହ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ଲିଭ୍‌-ଇନ୍‌ ରିଲେସଶନସିପ୍‌କୁ ଅପରାଧ ବୋଲି ବିବେଚନା କରାଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ ଦେଶର ସ୍ବାଧୀନତା ପାଇଁ ଏକ ବଡ଼ ଝଟକା ବୋଲି ସମାଲୋଚକମାନେ ମତ ପ୍ରକାଶ କରିଛନ୍ତି।
ଆଇନ ଏବଂ ମାନବାଧିକାର ମନ୍ତ୍ରୀ ୟାସୋନା ଲାଓଲି କହିଛନ୍ତି,ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଭିନ୍ନ ଭିନ୍ନ ମତକୁ ସମାଧାନ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ତେବେ ଦଣ୍ଡବିଧାନ ସଂଶୋଧନ ଉପରେ ଐତିହାସିକ ନିଷ୍ପତ୍ତି ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି।

Share