ମହିଳା କମିଶନ ଭଙ୍ଗ କଲେ ସରକାର

ଭୁବନେଶ୍ୱର,୨୩ା୧୦: ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Minati Behera (Photo: Twitter)

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଡ. ମିନତି ବେହେରା ନିଯୁକ୍ତି ପାଇଥିଲେ। ଆଜି ତାଙ୍କୁ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନାନୁଯାୟୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ବର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ବାଇଁ ଓ ବିଜୟା ବରଓ୍ବାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି। ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ।

ସୂଚନାଯୋଗ୍ୟ, ପୂର୍ବ ସରକାରରେ ଏମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା। ବିଜେଡି ନେତ୍ରୀ ମିନତିଙ୍କୁ ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଫ୍‌ଲାଇନ୍‌ରେ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ ସ୍ଥଗିତ

କଟକ,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି...

ବାତ୍ୟା ‘ଦାନା’ ପ୍ରଭାବ, ଏସବୁ ଜିଲାରେ ମଦ ଦୋକାନ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୨୩।୧୦: ବାତ୍ୟା ପ୍ରଭାବିତ ଜିଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର...

ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୦: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ମୁଖ୍ୟ...

ଓଡ଼ିଶା ରେଞ୍ଜକୁ ପସିଲା ବାତ୍ୟା! ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର…

ଭୁବନେଶ୍ୱର,୨୩।୧୦: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା...

ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ...

‘ଦାନା’ ଯୋଗୁ ରାଜ୍ୟର ୪ଟି ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri