ନୂଆଦିଲ୍ଲୀ,୧୮।୪: ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କ୍ଷେତ୍ରରୁ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର (ସିଜିଡି) କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ୍ର ନୂତନ ଆବଣ୍ଟନ ବନ୍ଦ କରି ଦିଆଯାଇଛି। ଫଳରେ ଏହି କ୍ଷେତ୍ରରେ ୨ଲକ୍ଷ କୋଟି ଟଙ୍କାର ନିୟୋଜିତ ନିବେଶର ବ୍ୟବହାରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସିଏନ୍ଜି ଓ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ଦର ରେକର୍ଡ ସ୍ତରରେ ପହଞ୍ଚିଛି। ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁଶନ (ସିଜିଡି)ର ‘ନୋ କଟ୍’ ପ୍ରାଥମିକତାକୁ ଆଧାର କରି କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଶତପ୍ରତିଶତ ଗ୍ୟାସ୍ ସପ୍ଲାଇ ନିଷ୍ପତ୍ତି ସତ୍ତ୍ୱେ ୨୦୨୧ ମାର୍ଚ୍ଚର ଚାହିଦା ସ୍ତର ଆଧାରରେ ସପ୍ଲାଇ ଜାରି ରହିଛି। ଏହାଛଡ଼ା ଛଅମାସିଆ ବିତରଣ ଆଧାରରେ ଗ୍ୟାସ୍ ଆବଣ୍ଟନ କରିବା ଆବଣ୍ଟନରେ ଅଭାବ ପରିଲକ୍ଷିତ ହେଉଥିବା ସହିତ ସିଏନ୍ଜି ଏବଂ ପିଏନ୍ଜି ପାଇଁ ଏପିଏମ୍ ଗ୍ୟାସ୍ ଦରରେ ୨.୯୦ ଡଲାର ପ୍ରତି ମିଲିୟନ୍ ବ୍ରିଟିଶ ଥର୍ମାଲ୍ ୟୁନିଟ୍ରୁ ବୃଦ୍ଧି ପାଇ ୬.୧୦ ଡଲାରରେ ପହଞ୍ଚିଛି।