Categories: ଜାତୀୟ

ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସରକାର

ଇମ୍ଫାଲ,୨୭ା୯: ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ସମଗ୍ର ରାଜ୍ୟକୁ ଏକ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ୧୯ଟି ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେଶନ ଅଞ୍ଚଳ ବ୍ୟତୀତ ସମଗ୍ର ରାଜ୍ୟକୁ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ଶକ୍ତି ଅଧିନିୟମ (ଏଫ୍‌ଏସ୍‌ପିଏ) ଅଧୀନରେ ଏକ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ମଣିପୁରର ରାଜ୍ୟପାଳ ୧୯ଟି ପୋଲିସ ଷ୍ଟେଶନ ଅଧୀନରେ ଥିବା ଅଞ୍ଚଳକୁ ବାଦ୍‌ ଦେଇ ସମଗ୍ର ମଣିପୁର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ୧ ଅକ୍ଟୋବରରୁ ୬ ମାସ ପର୍ଯ୍ୟନ୍ତ ‘ଅଶାନ୍ତ ଅଞ୍ଚଳ’ ଭାବରେ ଘୋଷଣା କରାଯାଇଛି। ମଣିପୁରର ସଶସ୍ତ୍ର ବାହିନୀକୁ କିଛି ବିଶେଷ କ୍ଷମତା ପ୍ରଦାନ କରାଯାଇଥାଏ। ଯାହା ଦ୍ୱାରା ପ୍ରତିବାଦ ତଥା ଜନ ଶୃଙ୍ଖଳା ରକ୍ଷା କରାଯାଇଥାଏ। ବିଜ୍ଞପ୍ତି ଅନୁଯାୟୀ, ସଶସ୍ତ୍ର ବାହିନୀ ଉଗ୍ରବାଦୀ ତଥା ବିଦ୍ରୋହୀ ଗୋଷ୍ଠୀର ହିଂସାତ୍ମକ କାର୍ଯ୍ୟକଳାପ ବିରୋଧରେ ବ୍ୟବହାର କରାଯାଇପାରିବ ଏବଂ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବ।

 

 

Share