Categories: ଜାତୀୟ

ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରିବା ଘଟଣା: ଭିଡିଓକୁ ଶେୟାର୍‌ ନ କରିବା ସରକାରଙ୍କ ନିର୍ଦ୍ଦେଶ

ଇମ୍ଫାଲ,୨୦।୭: ମଣିପୁର ହିଂସା ଥମିବାକୁ ନାଁ ନେଉ ନ ଥିବା ବେଳେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ତେବେ ଏ ଘଟଣା ପରେ ବିରୋଧି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରୁଛନ୍ତିି। ତେବେ ଏସବୁ ମଧ୍ୟରେ କେନ୍ଦ୍ର ସରକାର ସୋସିଆଲ ମିଡିଆରେ ମହିଳାଙ୍କ ଦିଆଯାଇଥିବା ଅକଥନୀୟ ନିର୍ଯାତନା ଭିଡିଓକୁ ଶେୟାର କରିବାକୁ ବାରଣ କରିଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ଟ୍ବିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହି ଭିଡିଓ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share